Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜ୍ୟରେ କରୋନାର ଦୈନିକ ୪ହଜାର ସଂକ୍ରମଣ ଧାରା ଜାରି ରହିଛି। ଖୋର୍ଧା, କଟକ, ପୁରୀ ସମେତ ଅନ୍ୟାନ୍ୟ ଜିଲ୍ଲାରେ କରୋନା ଥମୁନାହିଁ। ଖୋର୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟ...

ରାଜ୍ୟରେ କରୋନାର ଦୈନିକ ୪ହଜାର ସଂକ୍ରମଣ ଧାରା ଜାରି ରହିଛି।



ଖୋର୍ଧା, କଟକ, ପୁରୀ ସମେତ ଅନ୍ୟାନ୍ୟ ଜିଲ୍ଲାରେ କରୋନା ଥମୁନାହିଁ। ଖୋର୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ହଜାର ପାର୍ କରିଛି। ଏପରିକି ରାଜ୍ୟର ସବୁଠାରୁ କମ୍ ସଂକ୍ରମଣ ଦେଖିବାକୁ ମିଳିଥିବା ଦେବଗଡ଼ ଜିଲ୍ଲାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଟପିଯାଇଛି। ଦେଶର ସର୍ବାଧିକ ସଂକ୍ରମିତ ୧୦ଟି ରାଜ୍ୟ ତାଲିକାରେ ଓଡ଼ିଶା ୮ନଂ ସ୍ଥାନକୁ ଉଠିଛି। ଏପରିକି ସକ୍ରିୟ/ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ଓଡ଼ିଶା ଅନ୍ୟ ସର୍ବାଧିକ ସଂକ୍ରମିତ ରାଜ୍ୟ ଗୁଡ଼ିକଠାରୁ ମଧ୍ୟ ଉପରେ ରହିଛି। ସର୍ବାଧିକ ସକ୍ରିୟ ରୋଗୀ ରହିଥିବା ୬ଟି ରାଜ୍ୟ ଭିତରେ ଓଡ଼ିଶା ରହିଛି।

ଖୋର୍ଧାରେ ସଂକ୍ରମଣ କମାଇବା ଲାଗି ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା ଏକପ୍ରକାର ବିଫଳ ହୋଇଯାଇଛି। ଗତମାସ ୨୦ ତାରିଖରେ ଖୋର୍ଧାରେ ପ୍ରଥମଥର ଲାଗି ୫ଶହରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମାତ୍ର ପରବର୍ତୀ ସମୟରେ ଏହା ବଢ଼ି ଚାଲିଥିଲା। ଏପିରିକି ସଂଖ୍ୟା ୮ଶହ ମଧ୍ୟ ଛୁଇଁଥିଲା। ଯଦିଓ ଏବେ ଦୈନିକ ୮ଶହ ପଜିଟିଭ୍ ଚିହ୍ନଟ ହେଉ ନାହାନ୍ତି, ତଥାପି ସଂଖ୍ୟା ୬ଶହରୁ କମୁନାହିଁ। 

ଖୋର୍ଧାରେ ୬୫୨ ଆକ୍ରାନ୍ତଙ୍କୁ ବାଦ୍ ଦେଲେ କଟକରେ ୫୯୫, ଝାରସୁଗୁଡ଼ା ୨୦୫, ପୁରୀ ୧୮୨, ଜଗତସିଂହପୁର ୧୭୬, ମୟୂରଭଞ୍ଜରେ ୧୭୧, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ୧୫୫ ଲେଖାଏଁ, କନ୍ଧମାଳ ୧୫୩, ରାୟଗଡ଼ା ୧୩୪, ସୁନ୍ଦରଗଡ଼ ୧୩୩, ଯାଜପୁର ୧୩୧, ଅନୁଗୁଳ ୧୩୦, ବରଗଡ଼ ଓ ଭଦ୍ରକରେ ୧୧୪ ଲେଖ‌ାଏଁ, ସମ୍ବଲପୁର ୧୧୩, କୋରାପୁଟ ୯୦, ଢେଙ୍କାନାଳ ୭୧, ମାଲକାନଗିରି ୬୯, ବଲାଙ୍ଗୀର ୬୮, କେନ୍ଦୁଝର ୬୨, ନୂଆପଡ଼ା ୫୮, ଗଞ୍ଜାମ ୫୭, ବୌଦ୍ଧ ୪୫, କଳାହାଣ୍ଡି ୪୦, ଗଜପତି ୨୭, ସୋନପୁର ୧୯ ଓ ଦେବଗଡ଼ରୁ ୧୦ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୮୪ହଜାର ୧୨୨‌ରେ ପହଞ୍ଚିଛି।

ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୪୯ ହଜାର ୩୭୯ ରେ ପହଞ୍ଚିଛି। ଆଜି ଖୋର୍ଧାରୁ ସର୍ବାଧିକ ୭୯୬ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ କଟକ ୩୨୦, ପୁରୀ ୨୫୬, ଝାରସୁଗୁଡ଼ା ୧୫୧, କେନ୍ଦ୍ରାପଡ଼ା ୧୪୭, ବଲାଙ୍ଗୀର ଓ ସୁନ୍ଦରଗଡ଼ରୁ ୧୩୬ ଲେଖାଏଁ, ବରଗଡ଼ ୧୩୨, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୧୨୦, ଯାଜପୁର ୧୧୩, ସମ୍ବଲପୁର ୧୧୧, କୋରାପୁଟ ୯୯, ରାୟଗଡ଼ା ୯୮, ଜଗତସିଂହପୁର ୯୦, କନ୍ଧମାଳ ୮୫, ଭଦ୍ରକ ୭୬, ବାଲେଶ୍ବର ୭୩, କେନ୍ଦୁଝର ୭୨, ସୋନପୁର ୬୫, ଗଞ୍ଜାମ ୫୫, ବୌଦ୍ଧ ୫୧, ଢେଙ୍କାନାଳ ୩୯, ନୟାଗଡ଼ ୩୬, କଳାହାଣ୍ଡି ୩୪, ମାଲକାନଗିରି ୨୭, ଦେବଗଡ଼ ୨୩, ଅନୁଗୁଳ ଓ ଗଜପତିରୁ ୨୨ ଲେଖାଏଁ, ନୂଆପଡ଼ା ୧୧ ଓ ଷ୍ଟେଟ୍‌ ପୁଲ୍‌ରୁ ୧୮୮ଜଣ ସୁସ୍ଥ ହୋଇଛନ୍ତି। 

No comments