Page Nav

HIDE

Grid

GRID_STYLE

Classic Header

Breaking News:

latest

ଲଘୁଚାପ ଜନିତ ବର୍ଷା ପାଇଁ ଭାସିଲା ରାଜଧାନୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ ହେଁ ଭୁବନେଶ୍ବର ପା...

ଲଘୁଚାପ ଜନିତ ବର୍ଷା ପାଇଁ ଭାସିଲା ରାଜଧାନୀ।



ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ ହେଁ ଭୁବନେଶ୍ବର ପାଇଁ କୌଣସି ସତର୍କ ସୂଚନା ଦେଇନଥିଲା। ସକାଳୁ ବି ପାଗ ଖରାଟିଆ ଥିଲା। କିନ୍ତୁ ମଧ୍ୟାହ୍ନ ପରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଯାଇଥିଲା। ଏମିତି ମୂଷଳଧାରାରେ ବର୍ଷା ହେଲା ଯେ ଚତୁର୍ଦ୍ଦିଗ ଖାଲି ପାଣି ଆଉ ପାଣି ହୋଇଗଲା।

୨ଘଣ୍ଟା ପର୍ଯ୍ୟନ୍ତ ବର୍ଷା କମିବାର ନାଁ ଧରି ନଥିଲା। ଏପରିକି ରାତି ୯ଟା ପର୍ଯ୍ୟନ୍ତ କେତେକ ସ୍ଥାନରେ ହଠାତ୍ ଅସରାଏ ବର୍ଷା ହେଉଥାଏ ତ କେଉଁଠି ଛାଡ଼ି ଯାଉଥାଏ। କିନ୍ତୁ ଅପରାହ୍‌ଣରେ ଯେଉଁ ୨ ଘଣ୍ଟା ମୂଷଳଧାରାରେ ବର୍ଷା ହୋଇଥିଲା, ତାହା ପୂରା ରାଜଧାନୀକୁ ଜଳମଗ୍ନ କରିଦେଇଥିଲା। ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ସାଢ଼େ ୫ଟା ସୁଦ୍ଧା ୭୯.୭ମିମି ବର୍ଷା ହୋଇଥିଲା। 

ଯାତାୟାତରେ ବହୁ ଅସୁବିଧା ହୋଇଥିଲା। ଏପରିକି ଇସ୍କନ ମନ୍ଦିର ସମ୍ମୁଖରୁ ଆରମ୍ଭ କରି ବମିଖାଲ ପର୍ଯ୍ୟନ୍ତ ସବୁଠି ମୁଖ୍ୟ ରାସ୍ତାରେ ପାଣି ଅଣ୍ଟେ ଉଚ୍ଚରେ ଜମିଥିଲା। ଗୌରୀ ଗାର୍ଡେନ୍, ମଲ୍ଲିକ କମ୍ପ୍ଲେକ୍ସ, ନୂଆପଲ୍ଲୀ, ଏଜି ଛକ, ଚିନ୍ତାମଣିଶ୍ବର, ଲକ୍ଷ୍ମୀସାଗର, ଗ୍ୟାରେଜ ଛକ ଆଦି ଅଞ୍ଚଳରେ ତ ସ୍ଥିତି ସାଂଘାତିକ ହୋଇଥିଲା। ପାଣି ଘରେ ଘରେ ପଶିଥିଲା। ବିଏମ୍‌ସି ପକ୍ଷରୁ ପମ୍ପ ଲଗାଇ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇ ନଥିବାରୁ ଲୋକେ ହଇରାଣ ହୋଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ଅଞ୍ଚଳ ଜଳମଗ୍ନ ହୋଇ ରହିଥିଲା।

No comments