Page Nav

HIDE

Grid

GRID_STYLE

Classic Header

Breaking News:

latest

ଆରୋଗ୍ୟ ହାର ୮୦% ଟପିଲା। ଗତ ୨୪ ଘଣ୍ଟା‌ ମଧ୍ୟରେ ପୁଣି ୮୬ ହଜାର ୯୬୧ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୧୧୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଦେଶରେ ମୋ...

ଆରୋଗ୍ୟ ହାର ୮୦% ଟପିଲା।



ଗତ ୨୪ ଘଣ୍ଟା‌ ମଧ୍ୟରେ ପୁଣି ୮୬ ହଜାର ୯୬୧ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୧୧୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୫୪ ଲକ୍ଷ ୮୭ ହଜାର ୫୮୦ ଥିବାବେଳେ ୮୭ ହଜାର ୮୮୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଯାବତ୍‌ ୪୩ ଲକ୍ଷ ୯୬ ହଜାର ୩୯୯ ଜଣ କରୋନାରୁ ସୁସ୍ଥ ହେଲେଣି।

ଏଥିସହ ଦେଶରେ ଆରୋଗ୍ୟ ହାର ୮୦.୧୨ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ‌କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶରେ କରୋନା ମୃତ୍ୟୁହାର ୧.୬ ପ୍ରତିଶତକୁ କମିଯାଇଛି। ୧୦ ଲକ୍ଷ ୩ ହଜାର ୨୯୯ ସକ୍ରିୟ ମାମଲା ରହିଛି।

ତେବେ ଲଗାତାର ୩ ଦିନ ଧରି ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୩ ହଜାର ୩୫୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାରାହାରି ଠାରୁ ଆରୋଗ୍ୟ ହାର ଅଧିକ ରହୁଛି। ଅନ୍ୟପକ୍ଷେ ନୂଆ ଆରୋଗ୍ୟ ମାମଲାର ୭୯ ପ୍ରତିଶତ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଛି।

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସଂକ୍ରମଣ ହାର ଭିନ୍ନ ରହିଛି। ମାତ୍ର ୧୦ଟି ରାଜ୍ୟର ସଂକ୍ରମଣ ଦେଶର ୭୭ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ। ତେବେ ଆହୁରି ସ୍ପଷ୍ଟ ଭାବେ ବୁଝିବାକୁ ଗଲେ ଦେଶର କରୋନା ସଂକ୍ରମଣ ମାତ୍ର ହାତଗଣତି କେତୋଟି ଜିଲ୍ଲାରେ ସୀମିତ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

No comments