ରାଜଧନୀ ରେ ବଢୁଛି ସ୍ଥାନୀୟ ସଂକ୍ରମଣ। ୩୬୨ ଚିହ୍ନଟ ଓ ୪୦୬ ସୁସ୍ଥ। ୨୪ ଘଣ୍ଟା ମଧ୍ୟରେ ୩୬୨ ଜଣ ପଜିଟିଭ୍ ବାହାରିଛନ୍ତି। ସେମାନଙ୍କ ମଧ୍ୟରୁ ୭୬ ଜଣ କ୍ୱାରାଣ୍ଟିନ ସେଣ୍...
୨୪ ଘଣ୍ଟା ମଧ୍ୟରେ ୩୬୨ ଜଣ ପଜିଟିଭ୍ ବାହାରିଛନ୍ତି। ସେମାନଙ୍କ ମଧ୍ୟରୁ ୭୬ ଜଣ କ୍ୱାରାଣ୍ଟିନ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୨୮୬ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ବିଏମ୍ସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ସେହିପରି ଗୋଟିଏ ଦିନରେ ୪୦୬ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗୋଟିଏ ଗୋଟିଏ ଅଞ୍ଚଳରୁ ଏକାଥରେ ୮ରୁ ୧୦ ଜଣ ଆକ୍ରାନ୍ତ ବାହାରିଥିବା ନେଇ ବିଏମ୍ସି କହିଛି।
ଚନ୍ଦ୍ରଶେଖରପୁର, ଡୁମୁଡୁମା, କୋଳଥିଆ, ଝାରପଡ଼ା, ରାଜଭବନ କଲୋନି, ସହିଦ ନଗର, ଟଙ୍କପାଣି ରୋଡ, ୟୁନିଟ-୬ ଓ ଜାମୁଝରିରୁ ୫ ଜଣ ଲେଖାଏଁ, ବିଜେବି ନଗର, ବ୍ରହ୍ମେଶ୍ୱର ପାଟଣା, ଜୟଦେବ ବିହାର, ସଲିଆସାହି, ନୂଆପଲ୍ଲୀ ବେହେରା ସାହିରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଲ୍ଲୀରୁ ୧୩, ପଟିଆରୁ ୮, ନୀଳାଦ୍ରି ବିହାରରୁ ୬, ସୁନ୍ଦରପଦାରୁ ୭ ଜଣ ଆକ୍ରାନ୍ତ ବାହାରିଛନ୍ତି। ଏହାବ୍ୟତୀତ ଘରୋଇ ମେଡିକାଲର ୧୮ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ଜଣ ପୁଲିସ କର୍ମଚାରୀ, ୧୦ ଜଣ ଘରୋଇ ହସ୍ପିଟାଲର କର୍ମଚାରୀ କ୍ୱାରାଣ୍ଟିନରେ ଥିବା ସମୟରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଖଣ୍ଡଗିରି ଅଞ୍ଚଳର ୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସହରର ଅନ୍ୟାନ୍ୟ ଅଞ୍ଚଳରୁ ଜଣେ ଲେଖାଏଁ କ୍ୱାରାଣ୍ଟିନରେ ଥିବା ଅବସ୍ଥାରେ ରିପୋର୍ଟ ପଜିଟିଭ୍ ଆସିଛି।


No comments