ଅନ୍ୟ ଜିଲ୍ଲା ରୁ ରୋଗୀ ଆସି ପାରିବେ ଭୁବନେଶ୍ୱର ଓ କଟକ କୋଭିଡ଼ ହସ୍ପିଟାଲ କୁ। ଟ୍ବିନ୍ ସିଟିରେ କରୋନା ପାଇଁ ସୃଷ୍ଟି ହୋଇଥିବା ଚିକିତ୍ସା ସୁବିଧା ରାଜ୍ୟର ଲୋକମାନଙ...
ଟ୍ବିନ୍ ସିଟିରେ କରୋନା ପାଇଁ ସୃଷ୍ଟି ହୋଇଥିବା ଚିକିତ୍ସା ସୁବିଧା ରାଜ୍ୟର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଗତକାଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ରିଟିକାଲ ଚିକିତ୍ସାକୁ କେବଳ କଟକ, ଭୁବନେଶ୍ବରରେ ସୀମିତ ରଖି ଜିଲ୍ଲାସ୍ତରରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ନିର୍ଦେଶନାମା ଜାରି ହୋଇଥିଲା। ଏଥିରେ ନିୟମିତ ବ୍ୟବଧାନରେ ଜିଲ୍ଲାସ୍ତରରୁ ରୋଗୀଙ୍କୁ କଟକ, ଭୁବନେଶ୍ବରକୁ ପଠାଇବା ପୂର୍ବରୁ ସେଠାରେ ଥିବା ବ୍ୟବସ୍ଥାରେ ପ୍ରଥମେ ଚିକିତ୍ସା କରିବା ଲାଗି କୁହାଯାଇଥିଲା।
ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ରୋଗୀମାନଙ୍କୁ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଓ ଅମ୍ଳଜାନ ଆଦି ସହାୟତା ସହ କଟକ ଓ ଭୁବନେଶ୍ବର ରେଫରାଲ ହସ୍ପିଟାଲକୁ ପଠାଇବା ପାଇଁ ସରକାରୀ ନିର୍ଦେଶନାମାରେ କୁହାଯାଇଛି। ଜଣେ ରୋଗୀ ଯେପରି ସୁରକ୍ଷିତ ଭାବେ ରେଫରାଲ ହସ୍ପିଟାଲରେ ପହଞ୍ଚି ପାରିବ ସେ ବିଷୟରେ ନିର୍ଦେଶନାମାରେ ଦର୍ଶାଯାଇଛି। କ୍ରିଟିକାଲ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ଏହାର ଉଦ୍ଦେଶ୍ୟ।
ରେଫର ହୋଇ ଆସିବା ସମୟରେ ରୋଗୀ ନିଜେ କି କି ସତର୍କତା ଅବଲମ୍ବନ କରିବା ଦରକାର ତାହା ମଧ୍ୟ ସଂପୃକ୍ତ ଡାକ୍ତର ରୋଗୀଙ୍କୁ ଠିକ୍ ଭାବେ ବୁଝାଇବେ। ରୋଗୀଙ୍କୁ ଉପଯୁକ୍ତ ପ୍ରାରମ୍ଭିକ ଚିକିତ୍ସା, ପରାମର୍ଶ ଓ ଉପଯୁକ୍ତ ବ୍ୟବସ୍ଥା ସହ ପଠାଇଲେ ରୋଗୀଙ୍କ ଅବସ୍ଥାରେ ବିଶେଷ ଅବନତି ହେବ ନାହିଁ ଓ ତାଙ୍କ ଜୀବନ ରକ୍ଷାର ସମ୍ଭାବନା ବଢ଼ିବ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି।


No comments