ଦୁର୍ଗା ପୂଜା ମାମଲା। ଆଜି ସନ୍ଧ୍ୟା ସୁଦ୍ଧା ମୂର୍ତ୍ତି ଉଚ୍ଚତା କୁ ନେଇ ଡିସିପିଙ୍କୁ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ପୂଜା କମିଟି ନିଜ ନ...
ପ୍ରତ୍ୟେକ ପୂଜା କମିଟି ନିଜ ନିଜର ପୂଜା ମଣ୍ଡପରେ କେତେ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରୁଛନ୍ତି ତାହା ଡିସିପିଙ୍କୁ ଜଣାଇବେ । ଏହା ପରେ ପୁଲିସ ପୂଜା ମଣ୍ଡପ ଯାଇ ମୂର୍ତ୍ତି ଦେଖିବା ପରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ମିଳିବ ।
ଗତ ସେପ୍ଟେମ୍ବର ୧୦ ତାରିଖରେ ରାଜ୍ୟ ସରକାର କହିଥିଲେ ଯେ, ମଣ୍ଡପରେ ସର୍ବାଧିକ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ । ଏହାକୁ ଚ୍ୟାଲେଞ୍ଜ କରି ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏହାକୁଆଉ କିଛି ପୂଜା କମିଟି ମଧ୍ୟ ସମର୍ଥନ କରି ପକ୍ଷଭୂତ ହେବା ପାଇଁ ଆବେଦନ କରିଥିଲେ ।
ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍, ଡ. ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା ।


No comments