Page Nav

HIDE

Grid

GRID_STYLE

Classic Header

Breaking News:

latest

ଆଜି ବିଶ୍ଵ ପର୍ଯ୍ୟଟନ ଦିବସ। ସମୁଦ୍ର କୂଳ ତଥା ପ୍ରାକୃତିକ ପରିବେଶ ମଧ୍ୟରେ ପର୍ଯ୍ୟଟକ ରାତି ଯାପନ କରି ମଜ୍ଜା ଉଠାଇବା ଲାଗି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷର...

ଆଜି ବିଶ୍ଵ ପର୍ଯ୍ୟଟନ ଦିବସ।



ସମୁଦ୍ର କୂଳ ତଥା ପ୍ରାକୃତିକ ପରିବେଶ ମଧ୍ୟରେ ପର୍ଯ୍ୟଟକ ରାତି ଯାପନ କରି ମଜ୍ଜା ଉଠାଇବା ଲାଗି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତବର୍ଷ ଠାରୁ ଇକୋ ରିଟ୍ରିଟ୍‌ ଆରମ୍ଭ କରାଯାଇଛି। ଗତବର୍ଷ ପୁରୀ-କୋଣାର୍କ ବେଳାଭୂମିରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍‌ କରାଯାଇଥିଲା। ଏହାର ସଫଳତା ପରେ ଚଳିତ ବର୍ଷ କରୋନା କଟକଣା ସତ୍ତ୍ବେ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ତଥା ଇକୋ କ୍ୟାମ୍ପ୍‌ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ରାଜ୍ୟର ୫ଟି ସ୍ଥାନରେ ଇକୋ କ୍ୟାମ୍ପ କରିବା ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ଗଞ୍ଜାମ ଜିଲ୍ଲା ବାଦ ପଡ଼ିଛି। ଗୋପାଳପୁର ଓ ସୁନାପୁର ବେଳାଭୂମି ପର୍ଯ୍ୟଟନ ବିଭାଗ ଅଣଦେଖା କରିଥିବା କୁହାଯାଉଛି।

ଉଭୟ ପାର୍ଶ୍ବର ପର୍ଯ୍ୟଟନ ବିଭାଗ ଲାଭବାନ ହୋଇପାରିଥାନ୍ତି। ଗଞ୍ଜାମ ଜିଲ୍ଲା ପ୍ରଚାର ପ୍ରାସାର ହୋଇପାରିଥାନ୍ତି। ଗୋପାଳପୁର ଓ ତପ୍ତପାଣି ପାନ୍ଥ ନିବାସକୁ ଘରୋଇ କରଣ ପରେ ଏହା ଗଞ୍ଜାମ ପ୍ରତି ଆଉ ଏକ ଅବହେଳାର ନମୁନା ବୋଲି କୁହାଯାଉଛି।

No comments