Page Nav

HIDE

Grid

GRID_STYLE

Classic Header

Breaking News:

latest

ବିଳମ୍ବରେ ଓଡ଼ିଶାରୁ ଫେରିବ ମୌସୁମୀ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ମୁତାବକ, ଦେଶରେ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆସନ୍ତା ୨୮ ତାରିଖରୁ ପଶ୍ଚିମ ରାଜସ୍ଥାନରୁ...

ବିଳମ୍ବରେ ଓଡ଼ିଶାରୁ ଫେରିବ ମୌସୁମୀ।



ପାଣିପାଗ ବିଶେଷଜ୍ଞଙ୍କ ଆକଳନ ମୁତାବକ, ଦେଶରେ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆସନ୍ତା ୨୮ ତାରିଖରୁ ପଶ୍ଚିମ ରାଜସ୍ଥାନରୁ ଆରମ୍ଭ ହୋଇଯିବ। ଏହାପରେ ପଞ୍ଜାବ, ହରିୟାଣା, ଛତିଶଗଡ଼, ପୂର୍ବ ରାଜସ୍ଥାନରୁ ଓ ପରେ ଉତ୍ତର ଭାରତରୁ ଧୀରେଧୀରେ ଅପସରି ଯିବ। 

। କିନ୍ତୁ ଓଡ଼ିଶା‌‌‌ରେ ଏହା ସ୍ବାଭାବିକ ସମୟଠାରୁ ୫ରୁ ୭ ଦିନ ବିଳମ୍ବ ହେବ। ରାଜ୍ୟକୁ ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତରୁ ପବନ ବହୁଛି। ଏହା ଅକ୍ଟୋବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ତେଣୁ ଅକ୍ଟୋବର ୧୫ ତାରିଖ ପରେ ରାଜ୍ୟରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି।

ଏହାସହ ମୌସୁମୀ ଟ୍ରଫ୍‌ ବି ଅମୃତସର, ପଟିଆଲା, ବରେଲି, ଗୋରଖପୁର ହୋଇ ଲଘୁଚାପ କେନ୍ଦ୍ର ଦେଇ ଗତି କରୁଛି। ମୌସୁମୀ ଟ୍ରଫ୍‌ ଏବେ ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଆନ୍ଧ୍ରପ୍ରଦେଶ ଉପକୂଳର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଫଳରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଆସନ୍ତା ୨୮ ତାରିଖରୁ ପଶ୍ଚିମ ରାଜସ୍ଥାନ ଓ ସଂଲଗ୍ନ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବ।

No comments