ଆରମ୍ଭ ହେବାକୁ ଯାଉଛି ନଭେମ୍ବର ୧ରୁ ଯୁକ୍ତ ତିନି ଓ ସ୍ନାତକୋତ୍ତର ର ପ୍ରଥମ ସେମିଷ୍ଟର୍ ପାଠପଢ଼ା। ଯୁକ୍ତ ତିନି ଓ ସ୍ନାତକୋତ୍ତର ର ପ୍ରଥମ ବର୍ଷ ପ୍ରଥମ ସେମିଷ୍ଟର୍ ...
ଯୁକ୍ତ ତିନି ଓ ସ୍ନାତକୋତ୍ତର ର ପ୍ରଥମ ବର୍ଷ ପ୍ରଥମ ସେମିଷ୍ଟର୍ ପାଠପଢ଼ା ଆରମ୍ଭ ହେବ । ସେହିପରି ଅକ୍ଟୋବର ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକାଡେମିକ୍ କ୍ୟାଲେଣ୍ଡର୍ ଜାରି କରିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି । ୨୦୨୧ ମାର୍ଚ୍ଚ ୮ରୁ ୨୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ ।
ସେମିଷ୍ଟର୍ ବ୍ରେକ୍ ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ହେବ । ୨୦୨୧ ଏପ୍ରିଲ ୫ରୁ ଇଭିନ୍ ସେମିଷ୍ଟର୍ ପାଇଁ କ୍ଲାସ୍ ହେବ । ସେହିପରି ଅଗଷ୍ଟ ୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ପୁଣି ପରୀକ୍ଷା ହେବ । ସେଥିପାଇଁ ପ୍ରସ୍ତୁତି କରିବାକୁ ଅଗଷ୍ଟ ୧ରୁ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପ୍ରସ୍ତୁତି ବ୍ରେକ୍ ରହିବ । ଅଗଷ୍ଟ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ସେମିଷ୍ଟର୍ ବ୍ରେକ୍ ରହିବ । ୨୦୨୧ ଅଗଷ୍ଟ ୩୦ରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ।


No comments