Page Nav

HIDE

Grid

GRID_STYLE

Classic Header

Breaking News:

latest

ବିରାଟ କୋହଲି ଙ୍କ ମୁକାବିଲା ପାଇଁ ରାହୁଲ ପ୍ରସ୍ତୁତ। ଅମ୍ପାୟାରିଂ ତ୍ରୁଟି ସହ ସୁପରଓଭରରେ କାଗିସୋ ରବାଦାଙ୍କ କଞ୍ଜୁସ ବୋଲିଂ ପାଇଁ ସମ୍ଭବତଃ ଏହି ଦଳ ଏକ ଉତ୍କଣ୍ଠାପ...

ବିରାଟ କୋହଲି ଙ୍କ ମୁକାବିଲା ପାଇଁ ରାହୁଲ ପ୍ରସ୍ତୁତ।



ଅମ୍ପାୟାରିଂ ତ୍ରୁଟି ସହ ସୁପରଓଭରରେ କାଗିସୋ ରବାଦାଙ୍କ କଞ୍ଜୁସ ବୋଲିଂ ପାଇଁ ସମ୍ଭବତଃ ଏହି ଦଳ ଏକ ଉତ୍କଣ୍ଠାପୂର୍ଣ୍ଣ ବିଜୟରୁ ବଞ୍ଚିତ ହୋଇଥିଲା। ଦଳ ମଧ୍ୟ ଅମ୍ପାୟାରଙ୍କ ତ୍ରୁଟିପୂର୍ଣ୍ଣ ‘ସଟ୍ ରନ୍’ ଡାକ ବିରୋଧରେ ଅପିଲ କରିଥିଲା। ତେବେ ଏହି ସବୁ ବିବାଦକୁ ଭୁଲି ପଞ୍ଜାବ ଏବେ ଗୁରୁବାରର ମ୍ୟାଚ୍ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ଆସନ୍ତାକାଲି କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ପଞ୍ଜାବ ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଭେଟିବାକୁ ଯାଉଛି।

ଆର୍‌ସିବି ପାଇଁ ତା’ର କେରଳୀ ତାରକା ଦେବଦତ୍ତ ପଡିକଲ ପଦାର୍ପଣରେ ଅର୍ଧଶତକ ହାସଲ କରିଥିଲା ବେଳେ ଗୁରୁବାର ମଧ୍ୟ କ୍ରିକେଟ୍‌ପ୍ରେମୀଙ୍କ ନଜର ତାଙ୍କ ଉପରେ ରହିବ। ସନ୍‌ରାଇଜର୍ସ ବିପକ୍ଷରେ ଅର୍ଧଶତକ ଅର୍ଜନ କରିଥିବା ଏବି ଡି’ଭିଲିୟର୍ସ ନିଜ ଚମତ୍କାର ଫର୍ମକୁ ଜାରି ରଖିବା ଲକ୍ଷ୍ୟରେ ରହିବେ। ଅନ୍ୟପକ୍ଷରେ ଅଧିନାୟକ କୋହଲି ଓ ଅଷ୍ଟ୍ରେଲୀୟ ଆରୋନ୍ ଫିଞ୍ଚ୍ ନିଜ ନିଜର ଭଲ ଆରମ୍ଭକୁ ବଡ଼ ସ୍କୋରରେ ରୂପାନ୍ତର କରିବାକୁ ଚାହିବେ।

ମୋରିସଙ୍କୁ ଆର୍‌ସିବି ଚଳିତ ଥର ୧୦ କୋଟି ଟଙ୍କାର ମୋଟା ଅଙ୍କରେ କିଣିଥିଲା। ହେଲେ ଆହତ ଥିବାରୁ ସେ ହୁଏତ ପ୍ରଥମ କିଛି ମ୍ୟାଚ୍ ଖେଳି ପାରିବେନାର୍ହି। ଦ୍ରୁତ ବୋଲର ଉମେଶ ଯାଦବ ପ୍ରଥମ ମ୍ୟାଚ୍‌ରେ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏଣୁ ମହମ୍ମଦ ସିରାଜ ତାଙ୍କ ସ୍ଥାନ ନେଇପାରନ୍ତି। ଅଷ୍ଟ୍ରେଲିଆର ଜୋସ୍ ଫିଲିପ୍‌ଙ୍କୁ ଆରସିବି ବିଶେଷଜ୍ଞ ୱିକେଟ୍ ରକ୍ଷକ ଭାବେ ନେଉଥିବାରୁ ଅଲରାଉଣ୍ଡର ମୋଇନ ଅଲ୍ଲୀ ଖେଳିଲେ ସେ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍‌ଙ୍କ ସ୍ଥାନ ନେବେ।

ସମ୍ଭାବ୍ୟ କିଙ୍ଗ୍ସ ଏକାଦଶ ପଞ୍ଜାବ: କେଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ସେଲଡନ୍ କୋଟ୍ରେଲ, ଗ୍ଲେନ୍ ମ୍ୟାକ୍ସୱେଲ, କ୍ରିସ୍ ଗେଲ୍, ମହମ୍ମଦ ସାମି, କରୁଣ ନାୟର, ନିକୋଲାସ୍ ପୂରନ, କ୍ରିସ୍ ଜୋର୍ଡାନ, ଜେମ୍ସ ନୀସାମ, ମୁଜିବ-ଉର୍-ରହମାନ, କ୍ରିଷ୍ଣପ୍ପା ଗୌତମ, ଈଶାନ ପୋରେଲ, ହା‌ର୍ଡସ ଭିଲିଅନ୍।

No comments