ଆରମ୍ଭରୁ ବହୁ ପଛରେ ଥିବା ଭାରତ ଏବେ ବିଶ୍ବରେ ତୃତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରରେ ପରିଣତ ହୋଇଛି। କରୋନା ମାହାମାରୀ ଏବେ ନିଜର କାୟା ବିସ୍ତାର କରିବାରେ ଲାଗିଛି।...
କରୋନା ମାହାମାରୀ ଏବେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଅଧିକରୁ ଅଧିକ ଲୋକଙ୍କୁ କବଳିତ କରିଛି କରୋନା।
ଆଜି ୨୪ଘଣ୍ଟାରେ ୯୦,୬୩୨ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତୃତୀୟ ସ୍ଥାନରେ ରହିଛି ଭାରତ। ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ଏବେ ୪୧,୧୩,୮୧୧ରେ ପହଞ୍ଚିଛି। ତୃତୀୟ ସ୍ଥାନରେ ଭାରତ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ବ୍ରାଜିଲ ଏବଂ ପ୍ରଥମ ସ୍ଥାନରେ ଆମେରିକା ରହିଛି।
ଏହା ସହ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୭୦,୬୨୬ ରହିଥିବା ବେଳେ ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ୧୨୬,୨୩୦ ଏବଂ ଆମେରିକାରେ ମୃତ୍ୟୁ ସଂଖ୍ୟା ୧୯୨,୮୧୮ରହିଛି। ସେହିଭଳି ଭାରତରେ ୩,୧୮୦,୮୬୫ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବ୍ରାଜିଲରେ ୩,୨୯୬,୭୦୨ଜଣ ଏବଂ ଆମେରିକାରେ ୩,୭୦୭,୦୦୦ଜଣ ସୁସ୍ଥ ହୋଇଛନ୍ତି।


No comments