ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା। ଗୋଟେ ଦିନ ରେ ୯୦,୬୩୨ ଆକ୍ରାନ୍ତ । ବିଶ୍ବ ତାଲିକାର ବହୁ ପଛରେ ଥିବା ଭାରତ ଏବେ ବିଶ୍ବରେ ତୃତୀୟ ସର୍ବାଧିକ ସଂକ୍ରମିତ ରା...
ବିଶ୍ବ ତାଲିକାର ବହୁ ପଛରେ ଥିବା ଭାରତ ଏବେ ବିଶ୍ବରେ ତୃତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରରେ ପରିଣତ ହୋଇଛି । ଗତ କିଛି ଦିନ ହେଲାଣି କମିବା ପରିବର୍ତ୍ତେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ୨୪ଘଣ୍ଟାରେ ୮୬,୪୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ି ୯୦ହଜାର ପାର କରିଛି।
ପୂର୍ବର ସବୁ ରେକର୍ଡ ଭାଙ୍ଗି ୨୪ଘଣ୍ଟାରେ ୯୦,୬୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୧୦୬୫ଜଣ ମୃତ୍ୟୁବରଣ କରିଛନ୍ତି।
ଏହା ମଧ୍ୟରୁ ୮୬୨୩୨୦ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୭୦,୬୨୬ ରହିଛି । ତେବେ ଭଲ ଖବର ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୧୮୦୮୬୫ ରେ ପହଞ୍ଚିଛି । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୯୦,୬୩୨ ନୂଆ ମାମଲା ସାମନାକୁ ଆସିଛି ଓ ୧୦୬୫ ଜଣ ମୃତ୍ୟୁବରଣ କରିଛନ୍ତି।


No comments