ଆର୍ଥିକ ମାନ୍ଦାବସ୍ତା ସମୟରେ ବଢି ଚାଲିଛି ଭାରତୀୟ ଙ୍କ ସୁନା ମୋହ। ଆଗକୁ ପାର୍ବଣ ଋତୁ ଓ ବିବାହ ଋତୁ ଥିବାରୁ ଭାରତୀୟଙ୍କ ସୁନା ଚାହିଦା ବଢିଯାଇଛି । ଗତ ଅଗଷ୍ଟ ମାସରେ ...
ଆଗକୁ ପାର୍ବଣ ଋତୁ ଓ ବିବାହ ଋତୁ ଥିବାରୁ ଭାରତୀୟଙ୍କ ସୁନା ଚାହିଦା ବଢିଯାଇଛି ।
ଗତ ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ୩୫.୫ ଟନକୁ ବୃଦ୍ଧି ପାଇଛି, ଯାହାକି ଅଗଷ୍ଟ ୨୦୧୯ ରେ ୧୪.୮ ଟନ ଥିଲା । ଫଳରେ ଗତ ବର୍ଷ ତୁଳନାରେ ଭାରତର ସୁନା ଆମଦାନୀ ୨ ଗୁଣରୁ ଅଧିକ ହାରରେ ବୃଦ୍ଧି ପାଇଛି
ଗତ ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ୩୫.୫ ଟନକୁ ବୃଦ୍ଧି ପାଇଛି, ଯାହାକି ଅଗଷ୍ଟ ୨୦୧୯ ରେ ୧୪.୮ ଟନ ଥିଲା । ଫଳରେ ଗତ ବର୍ଷ ତୁଳନାରେ ଭାରତର ସୁନା ଆମଦାନୀ ୨ ଗୁଣରୁ ଅଧିକ ହାରରେ ବୃଦ୍ଧି ପାଇଛି
ବିଶେଷଜ୍ଞମାନଙ୍କ ମତରେ ଦୁଇଟି କାରଣରୁ ଭାରତରେ ସୁନା ଚାହିଦା ହଠାତ ବଢିଯାଇଛି । ପ୍ରଥମତଃ ଲକଡାଉନ ଯୋଗୁଁ ଗତ ମାର୍ଚ୍ଚରୁ ଜୁନ ମଧ୍ୟରେ ଦେଶର ସୁନା ଚାହିଦା ପ୍ରାୟ ୮୦ ପ୍ରତିଶତ ହ୍ରାସ ପାଇଥିଲା । ଲୋକମାନେ ନିଜର ସୁନା କ୍ରୟ ଯୋଜନାକୁ ସ୍ଥଗିତ ରଖିଥିଲେ ।
ପୁଣି ଆଗକୁ ପାର୍ବଣ ଓ ବିବାହ ଋତୁ ଥିବାରୁ ଭାରତୀୟଙ୍କ ସୁନା ଚାହିଦା ବଢିଯାଇଛି । ଭାରତରେ ଏବେ ସୁନାଦର ୫୧ ହଜାର ଟଙ୍କା ରହିଛି । କିନ୍ତୁ ଆଗକୁ ସୁନା ଦର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

No comments