ଦୁଇ ଦିନ ମଧ୍ୟରେ ଭାରତରୁ ପ୍ରତ୍ୟାବର୍ତନ ଆରମ୍ଭ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସେପ୍ଟେମ୍ବର ୨୪ କିମ୍ବା ୨୫ରେ ମୌସୁମୀ ବାୟୁ ପଶ୍ଚିମ ରାଜସ୍ଥାନରୁ ପ୍ରତ୍ୟା...
ସେପ୍ଟେମ୍ବର ୨୪ କିମ୍ବା ୨୫ରେ ମୌସୁମୀ ବାୟୁ ପଶ୍ଚିମ ରାଜସ୍ଥାନରୁ ପ୍ରତ୍ୟାବର୍ତନ ଆରମ୍ଭ କରିବ। ପରବର୍ତୀ ସମୟରେ ପଶ୍ଚିମ-ଉତ୍ତର ଭାରତ, ଉତ୍ତର ଓ କେନ୍ଦ୍ରୀୟ ଭାରତରୁ ଛାଡ଼ିବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍.ଆର୍ ବିଶ୍ବାସଙ୍କ କହିବାନୁଯାୟୀ ଜୁନ୍ ପହିଲାରୁ ସେପ୍ଟେମ୍ବର ୨୩ ମଧ୍ୟରେ ଓଡ଼ିଶାରେ ୧୧୨୧.୫ ମିମି ମୌସୁମୀ ବର୍ଷା ହୋଇଛି, ଯାହାକି ସ୍ବାଭାବିକ। ତେବେ ଜିଲ୍ଲା ଅନୁଯାୟୀ ଏପାଖସେପାଖ ରହିଛି। ୨୪ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଝାରସୁଗୁଡ଼ା ଓ ମାଲକାନଗିରିରେ ସ୍ବାଭାବିକଠାରୁ ଅଧିକ ହୋଇଥିବା ବେଳେ ଖୋର୍ଧାରେ ୨୭%, ବାଲେଶ୍ବରରେ ୨୪%, ଗଜପତି ଓ ପୁରୀ ଜିଲ୍ଲାରେ ୨୩% ଲେଖାଏ କମ୍ ବର୍ଷା ରେକର୍ଡ କରାଯାଇଛି।
୨୪ ତାରିଖରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ। ୨୫ ଓ ୨୬ ତାରିଖରେ ଦକ୍ଷିଣ, ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଓଡ଼ିଶାର ଅନ୍ୟ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ। ୨୭ ତାରିଖଠାରୁ ପୁଣିଥରେ ବର୍ଷା କମିଯିବ।
କେନ୍ଦ୍ରୀୟ ଭାରତ ଯଥା ଗୋଆ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା ଓ ଡାମନ, ଡିଉ, ଦାଦ୍ରାନଗର ହାବେଳିରେ ୧୪ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ଦକ୍ଷିଣ ପେନସୁଲାରେ ୨୮ ପ୍ରତିଶତ ଅଧିକ, ପୂର୍ବ ଓ ଉତ୍ତରପୂର୍ବ ଭାରତରେ ୨ ପ୍ରତିଶତ ଅଧିକ ବର୍ଷା ହୋଇଛି।


No comments