Page Nav

HIDE

Grid

GRID_STYLE

Classic Header

Breaking News:

latest

୨୦ ପଇସା ବଢିଲା ବିଦ୍ୟୁତ ଦର। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦରରେ ୩.୯% ବୃଦ୍ଧି କରିଛନ୍ତି। ଏଥିସହିତ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଉପଭୋକ୍ତାମାନ...

୨୦ ପଇସା ବଢିଲା ବିଦ୍ୟୁତ ଦର।



ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦରରେ ୩.୯% ବୃଦ୍ଧି କରିଛନ୍ତି। ଏଥିସହିତ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଉପଭୋକ୍ତାମାନେ ଆସନ୍ତା ଅକ୍ଚୋବର ପହିଲାରୁ ୟୁନିଟ୍ ପିଛା ଅତିରିକ୍ତ ୨୦ପଇସା ଲେଖାଏଁ ଦେବେ। ତେବେ ଏହି ବର୍ଧିତ ଦର କୃଷକ, ବିପିଏଲ୍ ଶ୍ରେଣୀ ଭୁକ୍ତ ବା କୁଟୀର ଜ୍ୟୋତି ଯୋଜନାର ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ନାହିଁ। 

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଏପ୍ରିଲ ମାସରେ ନିର୍ଧାରଣ କରାଯିବା ସମୟରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ବର୍ଧିତ ନିଷ୍ପତ୍ତିରୁ ଆୟୋଗ କ୍ଷାନ୍ତ ରହିଥିଲେ। ଏବେ କିନ୍ତୁ ଗ୍ରିଡ୍‌କୋର ଆବେଦନକୁ ଗ୍ରହଣ କରି ନିଅଣ୍ଟ ଭରଣା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆୟୋଗ ଏହି ଛଳରେ ଦର୍ଶାଇଛନ୍ତି ଯେ ୨୦୦୧-୦୨ରୁ ୨୦୦୯-୧୦ ଆର୍ଥିକ ବର୍ଷ ଯାଏ ବିଦ୍ୟୁତ ଦର ବୃଦ୍ଧି ହୋଇନଥିଲା। ସେହିଭଳି ୨୦୧୪-୧୫, ୨୦୧୬-୧୭, ୨୦୧୮-୧୯ ଓ ୨୦୧୯-୨୦ରେ ବିଦ୍ୟୁତ ଶୁଳ୍‌କ ବୃଦ୍ଧି କରାଯାଇନାହିଁ।

ଏହାଛଡ଼ା ଆଉ ଟଙ୍କାଟିଏ କେଉଁଠାରୁ ମିଳିବାର ସୁଯୋଗ ନାହିଁ। ବର୍ତମାନ ପରିସ୍ଥିତିରେ ବିଦ୍ୟୁତ ଦର ବୃଦ୍ଧି କରିବା ନିହାତି ଦରକାର ବୋଲି ଗ୍ରିଡ୍‌କୋ ପକ୍ଷରୁ ଯୁକ୍ତି କରାଯାଇଥିଲା। ଯାହା ଉପରେ ଶୁଣାଣି କରି ଆୟୋଗ ୩୪୧କୋଟି ୧୫ଲକ୍ଷ ଟଙ୍କାର ନିଅଣ୍ଟକୁ ମଞ୍ଜୁରି ଦେଇଛନ୍ତି। ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ଗ୍ରିଡ୍‌କୋର ପୂରା ନିଅଣ୍ଟିଆ ସ୍ଥିତିକୁ ଭରଣା କରିଥିଲେ, ଉପଭୋକ୍ତାଙ୍କ ଉପରେ ଆହୁରି ଅଧିକ ଆର୍ଥିକ ବୋଝ ପଡ଼ିଥାନ୍ତା। ତେବେ ବିଦ୍ୟୁତ ଦର ବୃଦ୍ଧି ଛଡା ମିଟର ଭଡ଼ା, ଓପିଟିସିଏଲ୍ ପରିବହନ ଜନିତ ଖର୍ଚ୍ଚ ଆଦି ପୂର୍ବ ନିଷ୍ପତ୍ତିକୁ ଆୟୋଗ ଅପରିବର୍ତିତ ରଖିଛନ୍ତି।

No comments