Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୦୧ ଜଣ ଓ ସ୍ଥାନୀୟ ଅଂଚଳରୁ ୨୪୪ ଜଣ ଆକ୍ରାନ୍ତ ବୋଲି ଭୁବନ...

ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।



ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୦୧ ଜଣ ଓ ସ୍ଥାନୀୟ ଅଂଚଳରୁ ୨୪୪ ଜଣ ଆକ୍ରାନ୍ତ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରୁ ୧୯ ହଜାର ୨୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୫ ହଜାର ୩୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏବେବି ୩ ହଜାର ୮୦୬ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ଓ ୬୯ ଜଣଙ୍କର ପ୍ରାଣହାନୀ ଘଟିଛି ।

ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

No comments