Page Nav

HIDE

Grid

GRID_STYLE

Classic Header

Breaking News:

latest

ମୂଷା ଭିତରେ କରୋନା ସଂକ୍ରମଣ ରୋକିବାରେ ସଫଳ ହେଲା ଜନସନ୍ ଆଣ୍ଡ ଜନସନର ଟିକା: ଷ୍ଟଡି ( ଆମେରିକା)।

ମୂଷା ଭିତରେ କରୋନା ସଂକ୍ରମଣ ରୋକିବାରେ ସଫଳ ହେଲା ଜନସନ୍ ଆଣ୍ଡ ଜନସନର ଟିକା: ଷ୍ଟଡି (ଆମେରିକା)।  ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ଦ୍ବାରା ...

ମୂଷା ଭିତରେ କରୋନା ସଂକ୍ରମଣ ରୋକିବାରେ ସଫଳ ହେଲା ଜନସନ୍ ଆଣ୍ଡ ଜନସନର ଟିକା: ଷ୍ଟଡି (ଆମେରିକା)। 



ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ଦ୍ବାରା ବିକଶିତ କୋଭିଡ୍-୧୯ ଟିକାର ପଶୁଙ୍କ ଉପରେ ପରୀକ୍ଷଣକୁ ମିଳିଛି ସଫଳତା।  ଏଥିରୁ ଏଭଳି ଆଣ୍ଟିବଡି ତିଆରି ହୋଇଛି, ଯାହା ମୂଷାକୁ କରୋନା ଭାଇରସ ସଂକ୍ରମଣଠାରୁ ରକ୍ଷା କରିପାରିଛି।ଅଧ୍ୟୟନ ଅନୁସାରେ, ଏହି ଟୀକାକୁ ସିରିୟାନ୍ ଗୋଲ୍ଡେନ୍ ହାମେଷ୍ଟର ମୂଷାଙ୍କର  ରୋଗ ପ୍ରତିରକ୍ଷା କ୍ଷମତାକୁ ବଢାଇବ ସହ ତାଙ୍କୁ ନିମୋନିଆ  ଭଳି ଅନେକ ରୋଗକୁ ବଞ୍ଚାଇପାରିଥିଳା। ଜନସନ୍ ଆଣ୍ଡ ଜନସନ୍ ଓ ବର୍ଥ ଇଜ୍ରାଏଲ ଡିକୋନେସ୍ ମେଡିକାଲ ସେଣ୍ଟର(ବିଆଇଡିଏମସି) ମିଳିତ ଭାବରେ ଟିକାକୁ ବିକଶିତ କରିଛନ୍ତି। ଏଥିରେ ସାଧାରଣ ଥଣ୍ଡା ଜ୍ବରର ଭାଇରସ ‘ଅଡେନୋଭାଇରସ୍ ସିରୋଟାଇପ୍ ୨୬(ଏଡି୨୬)ର ବ୍ୟବହାର କରାଯାଇଛି।

ବିଆଇଡିଏମସି ସେଣ୍ଟର ଫର ଭାଇରୋଲୋଜି ଆଣ୍ହ ଭ୍ୟାକସିନ୍ ରିସର୍ଚ୍ଚର ନିର୍ଦେଶକ ଡେନ୍ ବରୁଚ କହିଛନ୍ତି, ନିକଟରେ ଆମେ ଦେଖିଛୁ ଯେ, ଏଡି୨୬ ଆଧାରିତ  SARS-CoV-2 ଟିକା ମାଙ୍କଡଙ୍କ ଭିତରେ ରୋଗପ୍ରତିରୋଧକ କ୍ଷମତାକୁ ବିକଶିତ କରିଥିଲା ଓ ଏବେ ଏହାର ପରୀକ୍ଷଣ ମଣିଷ ଉପରେ କରାଯାଉଛି। ସେ କହିଛନ୍ତି, ମାଙ୍କଡକୁ ସାଧାରଣ ଭାବରେ ଅଧିକ ଗମ୍ଭୀର ରୋଗ ହୋଇନଥାଏ ତେଣୁ ଏହି ଅଧ୍ୟୟନ କରିବା ଜରୁରୀ ଥିଲା କ’ଣ ଏହି ଟିକା ମୂଷାକୁ ଗମ୍ଭୀର ନିମୋନିଆ ଓ SARS-CoV-2 ଦ୍ବାରା ମୃତ୍ୟୁରୁ ବଞ୍ଚାଇପାରିବ? ଯାହାକି ଏବେ ସଳଫ ହୋଇଛି।’

No comments