ପିଆଜ ଦର ୫୦ ଟପିଲା। ଆସନ୍ତା ମାସ ରେ ୧୦୦ ହୋଇ ପାରେ। ସ୍ଥାନ ଦେଖି କିଛି କିଛି ବଜାରରେ ପିଆଜ ୬୦ ଟଙ୍କା ଛୁଇଁଥିବା ଜଣାପଡ଼ିଛି। ମାତ୍ର ଗୋଟିଏ ସପ୍ତାହରେ କିଲୋ ପିଛା ...
ସ୍ଥାନ ଦେଖି କିଛି କିଛି ବଜାରରେ ପିଆଜ ୬୦ ଟଙ୍କା ଛୁଇଁଥିବା ଜଣାପଡ଼ିଛି। ମାତ୍ର ଗୋଟିଏ ସପ୍ତାହରେ କିଲୋ ପିଛା ୧୫ ଟଙ୍କା ବଢ଼ିବା ଦ୍ବାରା ବଜାର ତାତିରେ ଖାଉଟି ମହଲ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଗରିବ ଖାଉଟିମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଦର ବୃଦ୍ଧିକୁ ନେଇ ବ୍ୟବସାୟୀ ମହଲରୁ ଆମଦାନୀ ହ୍ରାସର କଥା କୁହାଯାଉଥିବା ବେଳେ ଅନେକ ଏହାକୁ କେନ୍ଦ୍ର ସରକାରଙ୍କ ନୂଆ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ପ୍ରଭାବ ବୋଲି କହିବା ଆରମ୍ଭ କରିଛନ୍ତି।
ସାମୟିକ ହେଉ ପଛେ, ଅସାଧୁ ବ୍ୟବସାୟୀମାନେ ଏହି ମଉକାରେ ମୁନାଫା ଉଠାଇବାକୁ ଉଦ୍ୟମ କରିବାରୁ ଏହି ଦର ବୃଦ୍ଧି ଘଟିଛି ବୋଲି ଚର୍ଚ୍ଚା ହେଉଛି। ତେବେ ସରକାରୀ ନିୟନ୍ତ୍ରଣ ନ ରହିଲେ ଏହି ଦର ଅକ୍ଟୋବର ଓ ନଭେମ୍ବର ମାସ(ନୂଆ ପିଆଜ ଅମଳ ପର୍ଯ୍ୟନ୍ତ) ସୁଦ୍ଧା କିଲୋ ପିଛା ୧୦୦ ଟଙ୍କାକୁ ଟପିବ ବୋଲି ଆଶଙ୍କା କରାଗଲାଣି।
କ୍ୟାପିଟାଲ ହାଟରେ ପିଆଜ ମାନ ଅନୁସାରେ ୫୦ ଟଙ୍କାରୁ ଆରମ୍ଭ କରି ୫୫ ଟଙ୍କା ପର୍ଯ୍ୟନ୍ତ ଥିଲା। ତେବେ କିଛି କିଛି ଛୋଟ ହାଟମାନଙ୍କରେ କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିବା ଖାଉଟିମାନେ କହିଛନ୍ତି। ଆଇଗିଣିଆ କୁବେରପୁରୀରୁ ମିଳିଥିବା ତଥ୍ୟ ଅନୁସାରେ ପିଆଜର ପାଇକାରୀ ଦର ୪୦ ଟଙ୍କାରୁ ୪୩ ଟଙ୍କା ପର୍ଯ୍ୟନ୍ତ ରହିଛି। ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ପିଆଜର ପାଇକାରୀ ଦର ୪୦ ଟଙ୍କା ରହିଥିବା ବେଳେ ମହାରାଷ୍ଟ୍ରରୁ ଆସୁଥିବା ପିଆଜ ୪୩ ଟଙ୍କା ରହିଛି।


No comments