Page Nav

HIDE

Grid

GRID_STYLE

Classic Header

Breaking News:

latest

୫ ଭାରତୀୟ ଙ୍କୁ ଆଜି ଫେରାଇବ ଚୀନ। ଅରୁଣାଚଳରୁ ଉଠାଇ ନେଇଥିବା ୫ ଜଣଙ୍କୁ ଆଜି ଚୀନ ଫେରାଇବ ବୋଲି ପ୍ରତିଶ୍ରୁତି ଦେଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡା ଓ ଯ...

୫ ଭାରତୀୟ ଙ୍କୁ ଆଜି ଫେରାଇବ ଚୀନ।



ଅରୁଣାଚଳରୁ ଉଠାଇ ନେଇଥିବା ୫ ଜଣଙ୍କୁ ଆଜି ଚୀନ ଫେରାଇବ ବୋଲି ପ୍ରତିଶ୍ରୁତି ଦେଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜିଜୁ । ସେ କହିଛନ୍ତି ଯେ, ଭାରତୀୟ ସେନା ଦ୍ୱାରା ପଠାଯାଇଥିବା ହଟଲାଇନ ମେସେଜର ଜବାବ ଦେଇଛି ଚୀନର ପିଏଲଏ ।

କୁହାଯାଉଛି ଜଙ୍ଗଲକୁ ଶୀକାର କରିବାକୁ ଯାଇଥିବାବେଳେ ଗତ ସେପ୍ଟେମ୍ବର ୨ ତାରିଖରେ ଏମାନଙ୍କୁ ଭାରତ-ଚୀନ ସୀମାରୁ ଅପହରଣ କରିନେଇଥିଲେ ଚୀନ ସେନା ଯବାନ । ଖବର ଜଣାପଡିବା ପରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଜୋର ଲଗାଇଦେଇଥିଲା ଭାରତୀୟ ସେନା । 

ଗତ ୮ ତାରିଖରେ ଚୀନ ପ୍ରତିପକ୍ଷ ଭାରତୀୟ ସେନା ମେସେଜର ଉତ୍ତର ରଖିବା ସହ ଯୁବକମାନେ ସେମାନଙ୍କ କବଜାରେ ଥିବା ସୂଚନା ଦେଇଥିଲେ । ଏବେ ଆବଶ୍ୟକ ଔପଚାରିକତା ପରେ ଏମାନଙ୍କୁ ଫେରାଇ ଦେବାପାଇଁ ରାଜି ହୋଇଛି ଚୀନ ।

No comments