ବଢ଼ି ଚାଲିଛି କରୋନା ସଂକ୍ରମଣ। ୨୪ ଘଣ୍ଟା ରେ ୯୭ହଜାର ରୁ ଅଧିକ ଅକ୍ରାନ୍ତ। ଗତକାଲି ସବୁ ରେକର୍ଡ ଭାଙ୍ଗି ଆକ୍ରାନ୍ତଙ୍କ ସଂଖ୍ୟା ୯୬,୦୦୦ପାର କରିଥିବା ବେଳେ ଆଜି ୯୭,୦...
ଗତକାଲି ସବୁ ରେକର୍ଡ ଭାଙ୍ଗି ଆକ୍ରାନ୍ତଙ୍କ ସଂଖ୍ୟା ୯୬,୦୦୦ପାର କରିଥିବା ବେଳେ ଆଜି ୯୭,୦୦୦ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ୩ଦିନ ହେଲାଣି ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୨୪ଘଣ୍ଟାରେ ୯୬,୫୫୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ଘଣ୍ଟାରେ ୯୭,୫୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଆଜି ମଧ୍ୟ ମୃତ୍ୟୁ ସଂଖ୍ୟା ୧,୨୦୦ପାର କରିଛି।
ଆକ୍ରାନ୍ତଙ୍କ ମଧ୍ୟରୁ ୩୬,୨୪,୧୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୭୭,୪୭୨ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୯୭,୫୭୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୮୩୧୬ ରହିଛି। ୨୪ ଘଣ୍ଟାରେ ୧,୨୦୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ଆକ୍ରାନ୍ତଙ୍କ ମଧ୍ୟରୁ ୩୫,୪୨,୬୬୩ ଜଣ ସୁସ୍ଥ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଥିଲେ। ବାକି ୭୬, ୨୭୧ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୯୬,୫୫୧ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୩୪୮୦ ରହିଥିଲା। ୨୪ ଘଣ୍ଟାରେ ୧,୨୦୯ ଆକ୍ରାନ୍ତ ପ୍ରାଣ ହରାଇଥିଲେ।


No comments