ଭାରତୀୟ ଅର୍ଥନୀତି ୩୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ। ଭାରତର ଅଭିବୃଦ୍ଧି ୯ ପ୍ରତିଶତ ହ୍ରାସ ପାଇବ। ୧୯୫୦ ପରେ ଭାରତ ସବୁଠୁ ଖରାପ ସମୟ ଦେଇ ଗତି କରିବ। କିଛି ମାସ ପ...
ଭାରତର ଅଭିବୃଦ୍ଧି ୯ ପ୍ରତିଶତ ହ୍ରାସ ପାଇବ। ୧୯୫୦ ପରେ ଭାରତ ସବୁଠୁ ଖରାପ ସମୟ ଦେଇ ଗତି କରିବ। କିଛି ମାସ ପୂର୍ବରୁ କ୍ରିସିଲ୍ କହିଥିଲା ଯେ କରୋନା ମହାମାରୀ ପ୍ରଭାବରେ ଭାରତର ଅଭିବୃଦ୍ଧି ୫ ପ୍ରତିଶତ ହ୍ରାସ ପାଇବ। କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଅର୍ଥନୀତିର ଅବନତିକୁ ରୋକିବା ଲାଗି ସରକାର କୌଣସି ପ୍ରତ୍ୟକ୍ଷ ଆର୍ଥିକ ସହାୟତା ଦେଉନାହାନ୍ତି।
ଏହାର ରିପୋର୍ଟ ‘ମାଇନସ୍ ନାଇନ୍ ନାଓ’ (ଏବେ ବିଯୁକ୍ତ ନଅ)ରେ କୁହାଯାଇଛି ଯେ, ଆସନ୍ତା ଆର୍ଥିକ ବର୍ଷ (୨୦୨୧-୨୨)ରେ ଭାରତୀୟ ଅର୍ଥନୀତିରେ ଦ୍ରୁତ ସୁଧାର ହେବ ଓ ତାହା ୧୦ ପ୍ରତିଶତ ହାରରେ ଆଗକୁ ବଢ଼ିବ। କିନ୍ତୁ, ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ର ଦ୍ବିତୀୟ ଭାଗରେ ଅର୍ଥନୀତିରେ ୧୨ ପ୍ରତିଶତ ହ୍ରାସ ଘଟିବ ବେଲି ଏହା ଜଣାଇଛି।
ମୌସୁମୀ ବର୍ଷା ସ୍ବାଭାବିକ ରହିଥିବାରୁ କେବଳ କୃଷି କ୍ଷେତ୍ରରେ ୨.୫ ପ୍ରତିଶତର ଯୁକ୍ତାତ୍ମକ ଅଭିବୃଦ୍ଧି ଦେଖାଦେବ। ଏହାକୁ ବାଦ ଦେଲେ ଅନ୍ୟ ସବୁ କ୍ଷେତ୍ରର ଅଭିବୃଦ୍ଧି କମିବ। ଟ୍ରାକ୍ଟର ଓ ଦୁଇ ଚକିଆ ଗାଡ଼ି ବିକ୍ରିରେ ବୃଦ୍ଧି ହେଉଥିବାରୁ ଗ୍ରାମାଞ୍ଚଳର ସ୍ଥିତିରେ ଦ୍ରୁତ ସୁଧାର ହେଉଛି ବୋଲି ଏହା କହିଛି।
ଜୁଲାଇରେ ତାହା ୫.୬ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ମହାମାରୀ ପ୍ରଭାବରୁ ମୁକୁଳିବା ଲାଗି ପ୍ରୟାସ କରୁଥିବା ଭାରତ ପାଇଁ ବ୍ୟୟରେ ଏଭଳି ଅସ୍ଥିରତା ଆଦୌଁ ଭଲ ନୁହେଁ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି।


No comments