Page Nav

HIDE

Grid

GRID_STYLE

Classic Header

Breaking News:

latest

କଣ ପାଇଁ ନାମ ପରିବର୍ତ୍ତନ କରିଥିଲେ ଅକ୍ଷୟ କୁମାର?

କଣ ପାଇଁ  ନାମ ପରିବର୍ତ୍ତନ କରିଥିଲେ ଅକ୍ଷୟ କୁମାର?   ଅନେକ ହୁଏତ ଜାଣିନଥିବେ ଅକ୍ଷୟଙ୍କ ପ୍ରକୃତ ନାମ ହେଉଛି ରାଜୀବ ଭାଟିଆ । ଅଭିନେତା କୁମାର ଗୌରବଙ୍କ ପାଇଁ ସେ ନିଜ...

କଣ ପାଇଁ  ନାମ ପରିବର୍ତ୍ତନ କରିଥିଲେ ଅକ୍ଷୟ କୁମାର? 

 ଅନେକ ହୁଏତ ଜାଣିନଥିବେ ଅକ୍ଷୟଙ୍କ ପ୍ରକୃତ ନାମ ହେଉଛି ରାଜୀବ ଭାଟିଆ । ଅଭିନେତା କୁମାର ଗୌରବଙ୍କ ପାଇଁ ସେ ନିଜ ନାମକୁ ପରିବର୍ତ୍ତନ କରିଦେଇଥିଲେ । ଏକଦା ଏକ ସାକ୍ଷାତକାରରେ ସେ ଏହା ପ୍ରକାଶ କରିଥିଲେ । ଅକ୍ଷୟ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଫିଲ୍ମ ‘ଆଜ୍‌’ରେ ନଜର ଆସିଥିଲେ ।

୧୯୮୭ରେ ରିଲିଜ୍‌ ହୋଇଥିବା ସେହି ଫିଲ୍ମରେ ତାଙ୍କ ଭୂମିକା ଖୁବ୍‌ ସଂକ୍ଷିପ୍ତ ଥିଲା । ତେଣୁ ସେ ସେଟ୍‌ରେ ବସି ରହି ଲିଡ୍‌ ରୋଲ୍‌ ନିର୍ବାହ କରୁଥିବା ଅଭିନେତା କୁମାର ଗୌରବଙ୍କୁ ଦେଖୁଥିଲେ । ଫିଲ୍ମରେ କୁମାର ଗୌରବଙ୍କ ଚରିତ୍ରର ନାଁ ‘ଅକ୍ଷୟ କୁମାର’ ଥିଲା । ସେହି ନାଁ ତାଙ୍କୁ ଏତେ ପସନ୍ଦ ଆସିଲା ଯେ ପରବର୍ତ୍ତୀ ଫିଲ୍ମ କରିବା ପୂର୍ବରୁ କୋର୍ଟ ଯାଇ ନିଜ ନାମକୁ ପରିବର୍ତ୍ତନ କରି ଅକ୍ଷୟ କୁମାର ରଖିଦେଲେ । ପରେ ‘ସୌଗନ୍ଧ’, ‘ଖିଲାଡି’ ଭଳି ଫିଲ୍ମ ତାଙ୍କୁ ଅଭିନେତା ଭାବେ ପରିଚୟ ଆଣି ଦେଇଥିଲା । ବର୍ତ୍ତମାନ ସମୟରେ ସେ ବର୍ଷକୁ ସବୁଠୁ ଅଧିକ ଫିଲ୍ମ କରୁଥିବା ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ।

No comments