Page Nav

HIDE

Grid

GRID_STYLE

Classic Header

Breaking News:

latest

୯ଟି ରାଜ୍ୟରେ ଦେଶ ର ୭୪% ସକ୍ରିୟ ଅକ୍ରାନ୍ତ। ଆକ୍ରାନ୍ତ ସଂଖ୍ୟା ୪୫ ଲକ୍ଷ ଟପି ଭାରତ ଏବେ ବିଶ୍ବର ୨ୟ ସର୍ବାଧିକ ପ୍ରଭାବିତ ଦେଶରେ ପରିଣତ ହୋଇଛି । ତେବେ ଦେଶର ମୋଟ ସକ...

୯ଟି ରାଜ୍ୟରେ ଦେଶ ର ୭୪% ସକ୍ରିୟ ଅକ୍ରାନ୍ତ।



ଆକ୍ରାନ୍ତ ସଂଖ୍ୟା ୪୫ ଲକ୍ଷ ଟପି ଭାରତ ଏବେ ବିଶ୍ବର ୨ୟ ସର୍ବାଧିକ ପ୍ରଭାବିତ ଦେଶରେ ପରିଣତ ହୋଇଛି । ତେବେ ଦେଶର ମୋଟ ସକ୍ରିୟ ମାମଲାର ୭୪ ପ୍ରତିଶତ ୯ଟି ରାଜ୍ୟରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ,ଉତ୍ତରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ ଓଡ଼ିଶା, ଆସାମ ଓ ଛତିଶଗଡ଼ । ପ୍ରଥମ ୩ଟି ରାଜ୍ୟ- ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକରେ ମୋଟ ସକ୍ରିୟ ମାମଲାର ପ୍ରାୟ ଅଧା (୪୮.୮ ପ୍ରତିଶତ) ଅଛନ୍ତି । ଅବଶିଷ୍ଟ ୬ଟି ରାଜ୍ୟରେ ୨୫ ପ୍ରତିଶତ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ବୋଲି ଜଣାପଡିଛି।

ତେବେ ଦେଶରେ ଏପର୍ଯ୍ୟନ୍ତ ୩୫୪୨୬୬୩ ଜଣ ଆରୋଗ୍ୟ ଲାଭ କଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟରୁ ଜଣାପଡ଼ିଛି । ଓଡ଼ିଶାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

No comments