Page Nav

HIDE

Grid

GRID_STYLE

Classic Header

Breaking News:

latest

ବର୍ଷା, ଖରା, ଶୀତ ଏପରିକି ମହାମାରୀ କରୋନା ଏମାନଙ୍କୁ ଅଟକାଇ ପାରିନାହିଁ। ଆଜି ବିଶ୍ଵ ଖବର କାଗଜ ବିତରକ ଦିବସ। ବର୍ଷ ଯାକ ସବୁ ସମୟରେ ସେମାନେ ପ୍ରସ୍ତୁତ ଥାନ୍ତି ଲୋ...

ବର୍ଷା, ଖରା, ଶୀତ ଏପରିକି ମହାମାରୀ କରୋନା ଏମାନଙ୍କୁ ଅଟକାଇ ପାରିନାହିଁ। ଆଜି ବିଶ୍ଵ ଖବର କାଗଜ ବିତରକ ଦିବସ।



ବର୍ଷ ଯାକ ସବୁ ସମୟରେ ସେମାନେ ପ୍ରସ୍ତୁତ ଥାନ୍ତି ଲୋକଙ୍କ ଘରେ ଖବର କାଗଜ ପହଞ୍ଚାଇବାକୁ। ପରୋକ୍ଷରେ ଖବର ବାଣ୍ଟିବାକୁ। ଘର ଦାଣ୍ତରେ ଖବର କାଗଜ ପଡିବା ପରେ ଅନେକ ଲୋକଙ୍କର ନିଦ ଭାଙ୍ଗିଥାଏ। ଭୋର ୪ ଟାରୁ ଏମାନଙ୍କର କାମ ଆରମ୍ଭ ହୋଇ ଦିନ ୧୦ଟା ଯାଏ ଚାଲିଥାଏ। 

ଏମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ଓ ସମ୍ମାନିତ କରାଇବାକୁ ମଧ୍ୟ ସରକାର ଭୁଲି ଯାଇଛନ୍ତି। ଏମାନଙ୍କ ଦ୍ବାରା ସୂଚନା ଓ ସଚେତନତାର ବାର୍ତ୍ତା ବାଣ୍ଟିବା ସହଜ ହେଉଛି। କିନ୍ତୁ ଏମାନଙ୍କୁ କୌଣସି ପ୍ରକାର ସ୍ବତନ୍ତ୍ର ସାହାଯ୍ୟ ଅଥବା ସହଯୋଗ ଦିଆଯାଉ ନାହିଁ। 

ବିଶ୍ବର ପ୍ରଥମ ଖବରକାଗଜ ବିତରକଙ୍କ ନାମ ବ୍ଲାନି ପ୍ଲାହାଟି। ୧୮୮୩ରେ ବ୍ଲାନିଙ୍କୁ ଯେତେବେଳେ ୧୦ବର୍ଷ ବୟସ ହୋଇଥିଲା ‘ଦି ମ୍ୟୁଜିୟମ ଅଫ ଦି ସିଟି ଅଫ ନ୍ୟୁୟର୍କ’ ପକ୍ଷରୁ ତାଙ୍କୁ ଘରଘର ବୁଲି ଖବରକାଗଜ ବିତରଣ ପାଇଁ ନିଯୁକ୍ତ କରାଯାଇଥିଲା। ସେହି ଐତିହାସିକ ନିଯୁକ୍ତି ପାଇଁ ‘ଦି ସନ୍‌’ ରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା।

ବ୍ଲାନିଙ୍କ ସହ ଅନ୍ୟ କେତେଜଣ ଏଥିପାଇଁ ଆବେଦନ କରିଥିଲେ। ତାଙ୍କୁ ବେଞ୍ଜାମିନ୍‌ ଡେ ମନୋନୀତ କରିଥିଲେ। ପରଦିନ ହିଁ ନ୍ୟୁୟର୍କ ରାଜରାସ୍ତାରେ ଲୋକେ ପ୍ରଥମ ଥର ଶୁଣିଥିଲେ ତାଙ୍କ ଚିତ୍କାର; ପେପର ପେପର…ଗେଟ୍‌ ୟୋର ପେପର ହିୟର..। ଏହି ଦିନ ବ୍ଲାନିଙ୍କ ସ୍ମୃତିକୁ ମଧ୍ୟ ବହନ କରୁଛି।

No comments