Page Nav

HIDE

Grid

GRID_STYLE

Classic Header

Breaking News:

latest

ଦେଶରେ ଥିବା ପ୍ରାୟ ୬୯ ହଜାର ପେଟ୍ରୋଲ୍ ପମ୍ପ୍‌ରେ ଇଲେକ୍‌ଟ୍ରିକ୍‌ ଗାଡ଼ିଗୁଡ଼ିକୁ ଚାର୍ଜିଂ ସୁବିଧା। ପ୍ରତି ‌ପେଟ୍ରୋଲ୍ ପମ୍ପ୍‌ରେ ଗୋଟିଏ ଲେଖାଏଁ କିଓସ୍କ ରହିବ। ବି...

ଦେଶରେ ଥିବା ପ୍ରାୟ ୬୯ ହଜାର ପେଟ୍ରୋଲ୍ ପମ୍ପ୍‌ରେ ଇଲେକ୍‌ଟ୍ରିକ୍‌ ଗାଡ଼ିଗୁଡ଼ିକୁ ଚାର୍ଜିଂ ସୁବିଧା।



ପ୍ରତି ‌ପେଟ୍ରୋଲ୍ ପମ୍ପ୍‌ରେ ଗୋଟିଏ ଲେଖାଏଁ କିଓସ୍କ ରହିବ। ବିଶେଷ କରି ତିନି ସରକାରୀ ତେଲ କଂପାନିଗୁଡ଼ିକ ଦ୍ବାରା ପରିଚାଳିତ ହେଉଥିବା ପେଟ୍ରୋଲ୍ ପମ୍ପ୍‌ରେ ଇଭି ଚାର୍ଜିଂ କିଓସ୍କ ସ୍ଥାପନ କରିବାକୁ ଅଗ୍ରାଧିକାର ଦିଆଯାଇଛି। ନିକଟରେ ଇଭି ଚାର୍ଜିଂ ଭିତ୍ତିଭୂମିକୁ ନେଇ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ପେଟ୍ରୋଲ୍ ପମ୍ପ୍‌ରେ ଚାର୍ଜିଂ ସୁବିଧା ‌ଦେବା ଲାଗି ତେଲ କଂପାନିଗୁଡ଼ିକୁ ନିର୍ଦେଶ ଦେବାକୁ ଏହି ବୈଠକରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହ ତୈଳ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ କହିଥିଲେ।


ଫ୍ରାଞ୍ଚାଇଜି ସୂତ୍ରରେ ଚାଲୁଥିବା ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକୁ ମଧ୍ୟ ଚାର୍ଜିଂ କିଓସ୍କ ସ୍ଥାପନ କରିବା ଲାଗି ପରାମର୍ଶ ଦିଆଯିବ। ଏହା ଜରିଆରେ ସାରା ଦେଶରେ ଇଲେକ୍‌ଟ୍ରିକ୍ ଯାନର ପ୍ରମୁଖ ଆବଶ୍ୟକତା ଥିବା ଚାର୍ଜିଂ ସୁବିଧା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

No comments