Page Nav

HIDE

Grid

GRID_STYLE

Classic Header

Breaking News:

latest

ଅକ୍ଟୋବରରୁ ୫% ସୀମା ଶୁଳ୍କ ଲଗାଇବା ଉପରେ ସରକାର ବିଚାର କରୁଛନ୍ତି। ଏହା ହେଲେ ଟିଭିଗୁଡ଼ିକର ଦାମ୍ ବୃଦ୍ଧି ପାଇବ।  ଦେଶ ଭିତରେ ଟିଭିର ଉତ୍ପାଦନ ବଢ଼ାଇବା ଏବଂ ସେଥିରେ ...

ଅକ୍ଟୋବରରୁ ୫% ସୀମା ଶୁଳ୍କ ଲଗାଇବା ଉପରେ ସରକାର ବିଚାର କରୁଛନ୍ତି। ଏହା ହେଲେ ଟିଭିଗୁଡ଼ିକର ଦାମ୍ ବୃଦ୍ଧି ପାଇବ। 



ଦେଶ ଭିତରେ ଟିଭିର ଉତ୍ପାଦନ ବଢ଼ାଇବା ଏବଂ ସେଥିରେ ମୂଲ୍ୟ ଯୋଗ କରିବା ଲକ୍ଷ୍ୟ ନେଇ ଆମଦାନି ହେଉଥିବା ସେଲ୍‌ ଉପରେ ଶୁଳ୍କ ଲାଗୁ କରାଯିବ। ତେବେ ଏଥିପାଇଁ ଟିଭି ଦାମ୍‌ରେ ବଡ଼ ଧରଣର ବୃଦ୍ଧି ହେବ ନାହିଁ ବୋଲି ଜଣାପଡ଼ିଛି। ଟିଭିଗୁଡ଼ିକର ଦାମ୍ ୨୫୦ ଟଙ୍କା ପାଖାପାଖି ବୃଦ୍ଧି ପାଇବ। ଟିଭି ଶିଳ୍ପକୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି ଆମଦାନି ହେଉଥିବା ଗୁରୁତ୍ବପୂର୍ଣ୍ଣ ଉପକରଣ ଉପରେ ଟିକସ ରିହାତି ଦିଆଯାଉଛି।

ସେଥିପାଇଁ ସେମାନଙ୍କୁ ଆମଦାନି ଉପରେ ଏକ ବର୍ଷର ଶୁଳ୍କ ରିହାତି ଦିଆଯାଇଥିଲା। ସେହି ରିହାତି ଅବଧି ଚଳିତ ମାସରେ ଶେଷ ହେଉଛି। ୨୩ ଇଞ୍ଚ୍‌ ଟିଭିରେ ବ୍ୟବହାର ହେଉଥିବା ଓପନ୍ ସେଲ୍‌ର ଦାମ୍ ହେଉଛି ୨୭୦୦ ଟଙ୍କା ଏବଂ ୪୨ ଇଞ୍ଚ୍‌ ଟିଭି ପାଇଁ ସେଲ୍‌ର ଦାମ୍ ୪୦୦୦-୪୫୦୦ ଟଙ୍କା ମଧ୍ୟରେ ରହୁଛି। ‌‌ତେଣୁ ୫ ପ୍ରତିଶତର ଆମଦାନି ଶୁଳ୍କ ଲଗାଇଲେ ସେଲ୍‌ଗୁଡ଼ିକ ଦାମ୍‌ରେ ୧୫୦-୨୫୦ ଟଙ୍କାର ବୃଦ୍ଧି ହେବ। ତେଣୁ ଆମଦାନି ଶୁଳ୍କ ବଢ଼ିଲେ ଟିଭି ଦାମ୍ ବହୁତ ବଢ଼ିଯିବ ବୋଲି ଯେଉଁ ପ୍ରଚାର ହେଉଛି ତାହା ବିଭ୍ରାନ୍ତୀକର ବୋଲି ଜଣାପଡ଼ିଛି।

ସେହିପରି ସମ୍ପୂର୍ଣ୍ଣ ତିଆରି ହୋଇ ଆସୁଥିବା ଟିଭି ଦାମ୍‌ରେ ୫୦ ପ୍ରତିଶତର ବୃଦ୍ଧି ହେବ। ଦେଶ ଭିତରେ ଅଧିକ ଟିଭି ଉତ୍ପାଦନ କରିବା ଲାଗି କଂପାନିଗୁଡ଼ିକୁ ଉତ୍ସାହିତ କରିବା ଲାଗି ସରକାର ୨୦୧୭ରୁ ସମ୍ପୂର୍ଣ୍ଣ ଭ‌ାବେ ତିଆରି ହୋଇ ଆସୁଥିବା ଟିଭି ଉପରେ ୨୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ମାତ୍ର କଂପାନିଗୁଡ଼ିକ ତାହାର ଲାଭ ନଉଠାଇ କେବଳ ବାହାରୁ ଯନ୍ତ୍ରାଂଶ ଆଣି ଦେଶ ଭିତରେ ତାହାକୁ ଆସେମ୍ବଲ କରିବାରେ ଲାଗିଛନ୍ତି। ଗତବର୍ଷ ୭୦୦୦ କୋଟି ଟଙ୍କା ମୂଲ୍ୟର ଟିଭି ଆମଦାନି କରାଯାଇଥିଲା।

No comments