Page Nav

HIDE

Grid

GRID_STYLE

Classic Header

Breaking News:

latest

ବୁଲେଟ୍ ଟ୍ରେନ୍ ପରେ ମୋଦୀ ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ୍ ଟ୍ରେନ୍ । ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ରାପିଡେ ଏଜି ସହିତ ଚୁକ୍ତି କରିଛି । ଏହି ଟ୍ରେନ୍ ଅଧଘଣ...

ବୁଲେଟ୍ ଟ୍ରେନ୍ ପରେ ମୋଦୀ ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ୍ ଟ୍ରେନ୍ ।



ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ରାପିଡେ ଏଜି ସହିତ ଚୁକ୍ତି କରିଛି । ଏହି ଟ୍ରେନ୍ ଅଧଘଣ୍ଟାରେ ମୁମ୍ୱାଇରୁ ଚଣ୍ଡିଗଡ଼ ପହଞ୍ଚିବ । ଚୁମ୍ୱକୀୟ ଶକ୍ତି ସହାୟତାରେ ଚାଲିବ ଏହି ଟ୍ରେନ୍ ।  ଭାରତ ହେଭି ଇଲେକ୍ଟ୍ରିକ୍ ଲିମିଟେଡ୍, ଭେଲ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ମ୍ୟାଗଲୋବ୍ ଟ୍ରେନ୍ ଚୁମ୍ୱକୀୟ ଶକ୍ତି ସହାୟତାରେ ଚାଲିବ । 

ଏହି ଟ୍ରେନ୍ ଘଣ୍ଟା ପ୍ରତି ୫୦୦ରୁ ୮୦୦ କିମି ବେଗରେ ଚାଲିପାରିବ । ସୂତ୍ର ଅନୁସାରେ କେନ୍ଦ୍ର ସରକାର ବେଙ୍ଗାଲୁରୁ-ଚେନ୍ନାଇ, ହାଇଦ୍ରାବାଦ୍-ଚେନ୍ନାଇ, ଦିଲ୍ଲୀ-ଚଣ୍ଡିଗଡ଼ ଏବଂ ନାଗପୁର-ମୁମ୍ୱାଇ ମଧ୍ୟରେ ଏହି ମ୍ୟାଗଲୋବ୍ ଟ୍ରେନ୍ ଚଳାଇବାକୁ ଯୋଜନା ତିଆରି କରୁଛନ୍ତି । ସାରା ବିଶ୍ୱରେ ହାତ ଗଣତି ଦେଶ ଗୁଡିକ ପାଖରେ ମ୍ୟାଗଲୋବ୍ ଟ୍ରେନ୍ ର ବୈଷୟିକ ଜ୍ଞାନ ରହିଛି ।

ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ନଜରରେ ରଖି ମୋଦୀ ସରକାର ଏହି ଚୁକ୍ତି କରିଛନ୍ତି । ଆଗକୁ ଭେଲ୍ ସ୍ୱିସ୍ ରାପିଡେ ଏଜି ସହିତ ମିଶି ଏହି ଯୋଜନାରେ କାମ କରିବ । ଗତ ୫୦ ବର୍ଷ ଧରି ଭେଲ୍ ଭାରତୀୟ ରେଳବାଇର ବିକାଶ ଦିଗରେ କାମ କରି ଆସୁଛି । ମ୍ୟାଗଲୋବ୍ ଟ୍ରେନ୍ ଚଳାଚଳ କଲେ ଭାରତୀୟ ରେଳ ଇତିହାସରେ ଏହା ନୂଆ ଫର୍ଦ୍ଦ ଯୋଡିବ ।

No comments