ଗୌହ୍ବାଟିରେ ଜଣେ ୧୦୦ ବର୍ଷ ବୟସ୍କା ମହିଳା କରୋନା ଯୁଦ୍ଧରେ ଜିତି ଯାଇଛନ୍ତି। ବୃଦ୍ଧଙ୍କ ବୟସ ଅଧିକ ଥିବା ହେତୁ କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ଜୀବନ ବଞ୍ଚା...
ବୃଦ୍ଧଙ୍କ ବୟସ ଅଧିକ ଥିବା ହେତୁ କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ଜୀବନ ବଞ୍ଚାଇବା ଅସମ୍ଭବ ଥିଲା । ଏଥିସହିତ ବୃଦ୍ଧଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ଅଧିକ ଥିବାରୁ ସେ ଏଭଳି ପରିଣତ ବୟସରେ କରୋନାକୁ ହରାଇ ପାରିଥିଲେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପୂର୍ବରୁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ନର୍ସମାନେ ଉତ୍ସବ ପାଳନ କରିଥିଲେ, ଯେଉଁଥିରେ ହାଣ୍ଡିକ୍ ଅନେକ ଆସାମ ଗୀତ ଗାଇଥିବା ଶୁଣିବାକୁ ବି ମିଳୁଛି।
ହାଣ୍ଡିକ୍ କହିଛନ୍ତି, ଡାକ୍ତର ଏବଂ ନର୍ସମାନେ ତାଙ୍କର ବହୁତ ଯତ୍ନ ନେଇଛନ୍ତି। ଏଥିସହ ସେ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ମଦର୍ସ ଓଲଡ ଏଜରେ ରହୁଥିବା ୧୨ ଜଣ ସଦସ୍ୟ କୋଭିଡ -୧୯ ରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହାପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁସ୍ଥ ହେବା ପରେ ୧୨ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରି ଦିଆଯାଇଛି।


No comments