Page Nav

HIDE

Grid

GRID_STYLE

Classic Header

Breaking News:

latest

Oyo କର୍ମଚାରୀଙ୍କୁ ହେଲା ଅସୁବିଧା ; ବାଧ୍ୟତାମୂଳକ ଛୁଟି ନଚେତ୍ ଚାକିରୀ ଛାଡିବାକୁ କହିଲା ସଂସ୍ଥା?

 Oyo କର୍ମଚାରୀଙ୍କୁ ହେଲା ଅସୁବିଧା ; ବାଧ୍ୟତାମୂଳକ ଛୁଟି ନଚେତ୍ ଚାକିରୀ ଛାଡିବାକୁ କହିଲା ସଂସ୍ଥା?  କରୋନା ମହାମାରୀ ସଙ୍କଟ ଭିତରେ oyo India ନିଜର କର୍ମଚାରୀଙ୍କୁ...

 Oyo କର୍ମଚାରୀଙ୍କୁ ହେଲା ଅସୁବିଧା ; ବାଧ୍ୟତାମୂଳକ ଛୁଟି ନଚେତ୍ ଚାକିରୀ ଛାଡିବାକୁ କହିଲା ସଂସ୍ଥା? 
କରୋନା ମହାମାରୀ ସଙ୍କଟ ଭିତରେ oyo India ନିଜର କର୍ମଚାରୀଙ୍କୁ ଏକ ବଡ ଝଟକା ଦେଇଛି । ଓୟୋ କିଛି ସୀମିତ ସୁବିଧା ସହିତ ଛୁଟିଦିନରେ ପଠାଯାଇଥିବା କର୍ମଚାରୀଙ୍କୁ କମ୍ପାନୀ ଠାରୁ ଆଲଗା କରିବାକୁ କିମ୍ବା ଛଅମାସ ପାଇଁ ଛୁଟି ନେବା ପାଇଁ ପ୍ରସ୍ତାବ ଦେଇଛି । ପୂର୍ବରୁ କର୍ମଚାରୀ ମାନଙ୍କୁ ୪ ମାସର ଛୁଟି ଦେଇଥିଲା ସଂସ୍ଥା ।
କମ୍ପାନୀର କର୍ମଚାରୀଙ୍କୁ ସମ୍ବୋଧିତ କରି କମ୍ପାନୀର ବରିଷ୍ଠ ଅଧିକାରୀ ରୋହିତ କପୁର କହିଛନ୍ତି ଯେ ଏପରି ସମୟରେ ଆପଣଙ୍କୁ ଆମେ ଛୁଟିଦେବା ନିହାତି ଜରୁରୀ । ଏପରିକି ଆପଣ ନିଜେ କମ୍ପାନୀରୁ ଦିର୍ଘ ସମୟ ଧରି ଛୁଟି ନେଇପାରିବେ ନଚେତ ଚାକିରୀ ଛାଡି ପାରିବେ । ଏପରି ସମୟରେ ଆପଣ ଆମ ଠାରୁ ବହୁତ କିଛି ଆଶା କରିଛନ୍ତି । କିନ୍ତୁ ଏଥିପାଇଁ ଆମେ ଦୁଃଖିତ ।

ପୂର୍ବରୁ କମ୍ପାନୀ ଭାରତର କିଛି କର୍ମଚାରୀଙ୍କୁ ଦିର୍ଘକାଳୀନ ଛୁଟିରେ ପଠାଇଛି । ଏହା ସହ କିଛି କର୍ମଚାରୀଙ୍କର କମ୍ପାନୀ ୨୫ ପ୍ରତିଶତ ଦରମା କାଟିବା ଜାରି ରଖିଛି । ତେବେ ଜୁନ ୮ ତାରିଖରୁ ସରକାରଙ୍କ ଅନୁମତି ପରେ କମ୍ପାନୀ ଆଂଶିକ ଭାବରେ ହୋଟେଲ ଖୋଲିବା ଆରମ୍ଭ କରିଛି । ଅନଲକ ପ୍ରକ୍ରିୟା ଆରମ୍ଭ ହେବା ପରେ କମ୍ପାନୀ ୩୦ ପ୍ରତିଶତ କ୍ଷମତା ସହ କାମ ଆରମ୍ଭ କରିଛି । ଏହି କାରଣରୁ କମ୍ପାନୀ ଅଧିକରୁ ଅଧିକ ଚାକିରୀ ବଞ୍ଚାଇବା ପାଇଁ ପ୍ରତିବଦ୍ଦତା ସ୍ଥିର କରିବାକୁ ପଡିଛି । କମ୍ପାନୀ କିଛି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବାସହ ବିଭିନ୍ନ ସ୍ତରରେ ବର୍ତ୍ତମାନ ରଖିଛି ।

No comments