Page Nav

HIDE

Grid

GRID_STYLE

Classic Header

Breaking News:

latest

ରୁଷ ନିଜର ପୂର୍ବ ଭାଗରେ ଥିବା ଅଞ୍ଚଳକୁ ଅଧିକ ସୈନ୍ୟ ଏବଂ ଯୁଦ୍ଧ ସରଞ୍ଜାମ ପଠାଇଲା।

ରୁଷ ନିଜର ପୂର୍ବ ଭାଗରେ ଥିବା ଅଞ୍ଚଳକୁ ଅଧିକ ସୈନ୍ୟ ଏବଂ ଯୁଦ୍ଧ ସରଞ୍ଜାମ ପଠାଇଲା।  ରୁଷ ନିଜର ପୂର୍ବ ଭାଗରେ ଥିବା ଅଞ୍ଚଳକୁ ଅଧିକ ସୈନ୍ୟ ଏବଂ ଯୁଦ୍ଧ ସରଞ୍ଜାମ ପ୍ରେର...

ରୁଷ ନିଜର ପୂର୍ବ ଭାଗରେ ଥିବା ଅଞ୍ଚଳକୁ ଅଧିକ ସୈନ୍ୟ ଏବଂ ଯୁଦ୍ଧ ସରଞ୍ଜାମ ପଠାଇଲା। 
ରୁଷ ନିଜର ପୂର୍ବ ଭାଗରେ ଥିବା ଅଞ୍ଚଳକୁ ଅଧିକ ସୈନ୍ୟ ଏବଂ ଯୁଦ୍ଧ ସରଞ୍ଜାମ ପ୍ରେରଣ କରିଛି । ରୁଷର ପୂର୍ବ ଭାଗ ଚୀନ୍‌ ସୀମାକୁ ଲାଗିଛି । ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ କହିଛନ୍ତି ଯେ ଇଷ୍ଟ ଷ୍ଟ୍ରାଟଜିକ୍‌ ଡିରେକ୍ସନରେ ଉତ୍ତେଜନା ବଢ଼ିବା କାରଣରୁ ରୁଷ ଏଭଳି ପଦକ୍ଷେପ ନେଇଛି । ଇଷ୍ଟ ଷ୍ଟ୍ରାଟଜିକ୍‌ ଡିରେକ୍ସନ କହିଲେ ଚୀନ୍‌ ଏବଂ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ବୁଝାଏ ।

ରୁଷ ମଧ୍ୟ ନିଜ ନୌସେନାର ନର୍ଦନ ଫ୍ଲିଟକୁ ଅଧିକ ମଜଭୁତ କରିବ ବୋଲି କହିଛି । ପ୍ରତିରକ୍ଷା ବିଶେଷଜ୍ଞମାନେ ମନେ କରୁଛନ୍ତି ଯେ ଆମେରିକା ଓ ଚୀନ୍‌ ମଧ୍ୟରେ ଯୁଦ୍ଧ ଲାଗିଲେ ତାହା ରୁଷର ପୂର୍ବ ଭାଗ ଆଡକୁ ବ୍ୟାପିପାରେ ବୋଲି ରୁଷ ସରକାର ଆଶଙ୍କା କରୁଛନ୍ତି । 

No comments