Page Nav

HIDE

Grid

GRID_STYLE

Classic Header

Breaking News:

latest

ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଓ‌ଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ରାଜ୍ୟରେ ଥିବା ସରକାରୀ, ଘରୋଇ ବିଶ୍ବବିଦ୍ୟାଳୟ ଓ କଲେଜର ବି‌.ଟେ...

ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଓ‌ଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ।



ରାଜ୍ୟରେ ଥିବା ସରକାରୀ, ଘରୋଇ ବିଶ୍ବବିଦ୍ୟାଳୟ ଓ କଲେଜର ବି‌.ଟେକ୍‌(ଜେଇଇ ମେନ୍‌ ବ୍ୟତୀତ), ବି.ଫାର୍ମା, ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ ଟାଇମ୍‌), ଏମ୍‌.ଆର୍କିଟେକ୍‌, ଏମ୍‌.ପ୍ଲାନ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍‌, ଲାଟେରାଲ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକ‌ା ପରୀକ୍ଷା କରାଯିବ। ସମସ୍ତ ପାଠ୍ୟକ୍ରମ ଲାଗି ଏଥରକ କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ ପରୀକ୍ଷା ହେବ। ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା କରାଯିବ ବୋଲି ଆଜି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

www.ojee.nic.in/www.odishajee.com ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ସଦ୍ୟତମ ସୂଚନା ପ‌ାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ନିୟମିତ ଭାବେ ଓଜେଇଇ ୱେବସାଇଟ୍‌ ‌ଦେଖିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା କୋଭିଡ୍‌-୧୯ ଯୋଗୁଁ ସ୍ଥଗିତ ରଖାଯାଇଥିଲା।

No comments