Page Nav

HIDE

Grid

GRID_STYLE

Classic Header

Breaking News:

latest

‘ନେଲ୍‌ ପଲିସ’ରେ ଜଣେ ଓକିଲଙ୍କ ଭୂମିକାରେ ଦେଖିବାକୁ ମିଳିବ ଅର୍ଜୁନ ରାମପାଲଙ୍କୁ ।

‘ନେଲ୍‌ ପଲିସ’ରେ ଜଣେ ଓକିଲଙ୍କ ଭୂମିକାରେ ଦେଖିବାକୁ ମିଳିବ ଅର୍ଜୁନ ରାମପାଲଙ୍କୁ । ବଲିଉଡ୍‌ରେ ଦୀର୍ଘ ବର୍ଷର କ୍ୟାରିୟର ମଧ୍ୟରେ ଅଭିନେତା ଅର୍ଜୁନ ରାମପାଲଙ୍କୁ ବିଭିନ...

‘ନେଲ୍‌ ପଲିସ’ରେ ଜଣେ ଓକିଲଙ୍କ ଭୂମିକାରେ ଦେଖିବାକୁ ମିଳିବ ଅର୍ଜୁନ ରାମପାଲଙ୍କୁ ।
ବଲିଉଡ୍‌ରେ ଦୀର୍ଘ ବର୍ଷର କ୍ୟାରିୟର ମଧ୍ୟରେ ଅଭିନେତା ଅର୍ଜୁନ ରାମପାଲଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି । ଆଗକୁ ତାଙ୍କୁ ଜି-୫ର ଫିଲ୍ମ ‘ନେଲ୍‌ ପଲିସ’ରେ ଜଣେ ଓକିଲଙ୍କ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କ ଚରିତ୍ରର ନାମ ରହିବ ସିଦ୍‌ ଜୟସିଂହ । ଫିଲ୍ମଟି ଏକ ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡର ଟ୍ରାଏଲ ଉପରେ ପର୍ଯ୍ୟବସିତ ।

କାହାଣୀ କୋର୍ଟ ରୁମ୍‌ରେ ଚାଲିଥିବା ବିଚାର ପ୍ରକ୍ରିୟାକୁ ନେଇ ଗତିଶୀଳ । ଏଥିରେ ପ୍ରକୃତ ଅପରାଧୀ କିଏ ତାହା ଜାଣିବା ଲାଗି ଦର୍ଶକଙ୍କୁ ଅନ୍ତ ଯାଏ ଅପେକ୍ଷା କରିବାକୁ ପଡ଼ିବ । ଅର୍ଜୁନଙ୍କ ବ୍ୟତୀତ ମାନବ କୌଲ, ରଜିତ କପୁର ଓ ଆନନ୍ଦ ତିୱାରୀ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।  

No comments