Page Nav

HIDE

Grid

GRID_STYLE

Classic Header

Breaking News:

latest

ଖୋର୍ଧାରୁ ରେକର୍ଡ ସଂଖ୍ୟକ ୯୦୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲାଗି ରାଜ୍ୟ ସରକ...

ଖୋର୍ଧାରୁ ରେକର୍ଡ ସଂଖ୍ୟକ ୯୦୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 



ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ସବୁ ଉଦ୍ୟମ ବିଫଳ ହୋଇଛି। କେତେବେଳେ ଭୁବନେଶ୍ବରରେ ସଂକ୍ରମଣ ଶୀର୍ଷରେ ରହୁଛି ତ କେତେବେଳେ ଖୋର୍ଧା ଗ୍ରାମାଞ୍ଚଳରେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳୁଛି। ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଏହି ଧାରା ଚଳିତ ମାସ ଶେଷ ସୁଦ୍ଧା ଜାରି ରହିଛି।

ଖୋର୍ଧାରୁ ରେକର୍ଡ ସଂଖ୍ୟକ ୯୦୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୨ଲକ୍ଷ ୫ହଜାର ୪୫୨ରେ ପହଞ୍ଚିଛି। ଦେଶର ଅଷ୍ଟମ ରାଜ୍ୟ ଭାବେ ଓଡ଼ିଶା ଗତକାଲି ସଂକ୍ରମଣରେ ୨ଲକ୍ଷ ସଂଖ୍ୟା ପାର୍‌ କରିଛି। ରାଜ୍ୟରେ ଏବେ ପ୍ରତିଦିନ ୧୪/୧୫ଟିଜିଲ୍ଲାରୁ ‌ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ରାଜ୍ୟର ୧୨ଟି ଜିଲ୍ଲାରେ ୫ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ସାରିଲାଣି। ଖୋର୍ଧାରେ ସର୍ବାଧିକ ୩୫, ୦୮୦ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ୧୯,୯୯୬ କଟକ ୧୯,୨୩୩ ଓ ପୁରୀରେ ୯୪୪୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

No comments