Page Nav

HIDE

Grid

GRID_STYLE

Classic Header

Breaking News:

latest

ଦିଲ୍ଲୀରେ ଗୁରୁତର ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଛି। ଭେଣ୍ଟିଲେଟର ବେଡ୍‌ ସୁବିଧା ପ୍ରଦାନ କରୁଥିବା ୯୮ ଟି ହସ୍ପିଟାଲ୍‌ରୁ ୪୯ଟି ହସ୍ପିଟାଲ୍‌ରେ ଏବେ ଆଉ ଭେଣ୍ଟ...

ଦିଲ୍ଲୀରେ ଗୁରୁତର ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଛି। ଭେଣ୍ଟିଲେଟର ବେଡ୍‌ ସୁବିଧା ପ୍ରଦାନ କରୁଥିବା ୯୮ ଟି ହସ୍ପିଟାଲ୍‌ରୁ ୪୯ଟି ହସ୍ପିଟାଲ୍‌ରେ ଏବେ ଆଉ ଭେଣ୍ଟିଲେଟର ନାହିଁ। 



ଦିଲ୍ଲୀରେ ଭେଣ୍ଟିଲେଟର ବେଡ୍‌ ପୂର୍ବା‌ପେକ୍ଷା ଖାଲି ନାହିଁ ବୋଲି ଜଣାପଡ଼ିଛି। ଦିଲ୍ଲୀ ସରକାରଙ୍କ ଦିଲ୍ଲୀ କରୋନା ଆପ୍‌ ଅନୁଯାୟୀ ସେପ୍ଟେମ୍ବର ୨୪ ସୁଦ୍ଧା ଦିଲ୍ଲୀରେ ମାତ୍ର ୩୭ ପ୍ରତିଶତ ଭେଣ୍ଟିଲେଟର ବେଡ୍‌ ଖାଲି ରହିଛି। 

ଦିଲ୍ଲୀରେ ୩୩ଟି ଘରୋଇ ହସ୍ପିଟାଲ୍‌ କରୋନା ରୋଗୀଙ୍କ ପାଇଁ ୮୦ ପ୍ରତିଶତ ଆଇସିୟୁ ବେଡ୍‌ ସଂରକ୍ଷିତ ରଖିବାପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଗତମାସରେ ଏକ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ଦିଲ୍ଲୀ ହାଇକୋର୍ଟ‌୍‌ରେ ଚ୍ୟାଲେଂଜ କରାଯାଇଥିଲା।

ହାଇକୋର୍ଟ ମଧ୍ୟ ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଥିଲେ। ଏହା ଅଯୌକ୍ତିକ ବୋଲି ହାଇକୋର୍ଟ କହିଥିଲେ। କିନ୍ତୁ ଗତ ବୁଧବାର ଦିନ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଥିଲେ ଯେ, ଦିଲ୍ଲୀରେ ଆଇସିୟୁ ବେଡ୍‌ର ଅଭାବ ବଢ଼ି ଚାଲିଛି। ଅନ୍ୟ ପକ୍ଷେ ଘରୋଇ ହସ୍ପିଟାଲ୍‌ ଗୁଡ଼ିକ ୮୦ ପ୍ରତିଶତ ଆଇସିୟୁ ବେଡ୍‌ ସଂରକ୍ଷିତ ରଖିବା କଷ୍ଟଦାୟକ ବୋଲି କହିଛନ୍ତି।

ଦିଲ୍ଳୀ କରୋନା ଆପ୍‌ ଅନୁଯାୟୀ ଦିଲ୍ଲୀରେ ଉପଲବ୍ଧ ଥିବା ୧୩୧୦ ଭେଣ୍ଟିଲେଟର ବେଡ୍‌ ମଧ୍ୟରୁ ୮୨୫ ଟି ବେଡ୍‌ ତଥା ୬୨.୯ ପ୍ରତିଶତ ବେଡ୍‌ ଏବେ ଫିଲଅପ୍‌ ହୋଇସାରିଛି। ଆଉ ମାତ୍ର ୩୭ ପ୍ରତିଶତ ତଥ‌ା ୪୮୫ ଟି ଭେଣ୍ଟିଲେଟର ବେଡ୍‌ ଖାଲି ରହିଛି।

No comments