ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଆଜିଠୁ ଆରମ୍ଭ। ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ । ଯାହା ୨୬ ତାରିଖରେ ସରିବ । ପ୍ରଥମ ପର୍ଯ୍ୟାୟରେ ନାମ ଲେଖ...
ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ । ଯାହା ୨୬ ତାରିଖରେ ସରିବ । ପ୍ରଥମ ପର୍ଯ୍ୟାୟରେ ନାମ ଲେଖିବା ପାଇଁ ୩ଲକ୍ଷ ୪୭ ହଜାର ୬୨୬ଜଣ ମନୋନୀତ ହୋଇଛନ୍ତି । ସେଥି ମଧ୍ୟରୁ କଳାରେ ସର୍ବାଧିକ ଛାତ୍ରଛାତ୍ରୀ ଅଛନ୍ତି ।
ବିଶେଷ କରି ସାନିଟାଇଜର୍, ଥର୍ମାଲ୍ ସ୍କାନର୍ ରଖିବା ସହିତ ଫେସ୍ ମାସ୍କ ପିନ୍ଧିବା ଓ ସାମାଜିକ ଦୁରତ୍ୱ ନିୟମକୁ ପାଳନ କରିବେ । ପ୍ରତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରବେଶ ଫାଟକ ନିକଟରେ ଜଳ, ହ୍ୟାଣ୍ଡ ୱାସ୍ କିମ୍ବା ସାନିଟାଇଜର୍ ରଖିବେ । ନାମ ଲେଖିବାକୁ ଆସିଥିବା ଛାତ୍ରଛାତ୍ରୀ ଓ ନାମଲେଖା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।
ନାମଲେଖା ସମୟରେ ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ପାଇଁ ୧ ଘଣ୍ଟା ସମୟ ରହିବ । ଆଡମିଟ୍ କାର୍ଡ଼ରେ ଦିଆଯାଇଥିବା ସମୟ ମଧ୍ୟରେ ପହଞ୍ଚିନଥିବା ଛାତ୍ରଛାତ୍ରୀ ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ନାମ ଲେଖିପାରିବେ ।


No comments