ସଂକ୍ରମଣ ମାମଲା ଆଜି ୭୫ ହଜାରରୁ କମ୍ ରହିଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୧ ହଜାରରୁ କମ୍ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦ ହଜାର ୫୮୯ ନୂଆ ସଂକ୍ରମଣ ମାମଲା ଚିହ...
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦ ହଜାର ୫୮୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୭୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୬୧ ଲକ୍ଷ ୪୫ ହଜାର ୨୯୧ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୯୬ ହଜାର ୩୧୮କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୫୧ ଲକ୍ଷ ୧ ହଜାର ୩୯୭ ରହିଛି।
ଆଇସିଏମ୍ଆର ଅନୁଯାୟୀ ଦେଶରେ ଅଗଷ୍ଟ ୭ ତାରିଖରେ ସଂକ୍ରମଣ ୨୦ ଲକ୍ଷ ଟପିଥିବା ବେଳେ ଅଗଷ୍ଟ ୩୦ରେ ସଂକ୍ରମଣ ୩୦ ଲକ୍ଷ, ସେପ୍ଟେମ୍ବର ୫ ତାରିଖରେ ସଂକ୍ରମଣ ମାମଲା ୪୦ ଲକ୍ଷ ଟପିଥିଲା। ସେପ୍ଟେମ୍ବର ୧୬ ତାରିଖରେ ସଂକ୍ରମଣ ୫୦ ଲକ୍ଷ ଟପିଥିବା ବେଳେ ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ ଟପିଛି। ଆଇସିଏମ୍ଆର ଅନୁଯାୟୀ ସେପ୍ଟେମ୍ବର ୨୮ ସୁଦ୍ଧା ଦେଶରେ ମୋଟ୍ ୭ କୋଟି ୩୧ ଲକ୍ଷ ୧୦ ହଜାର ୧୪୧ ନମୁନା ପରୀକ୍ଷା ହୋଇଛି। କେବଳ ସୋମବାର ଦିନ ୧୧ ଲକ୍ଷ ୪୨ ହଜାର ୮୧୧ ନମୁନା ପରୀକ୍ଷା ହୋଇଛି।


No comments