Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜଧାନୀ ରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା।୧୨ ହଜାର ଟପିଲା। ଲଗାତାର ୩ଦିନ ଧରି ଭୁବନେଶ୍ବରରେ ୫ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ଖୋର୍ଧା ଜିଲ୍ଲାର...

ରାଜଧାନୀ ରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା।୧୨ ହଜାର ଟପିଲା।



ଲଗାତାର ୩ଦିନ ଧରି ଭୁବନେଶ୍ବରରେ ୫ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ଖୋର୍ଧା ଜିଲ୍ଲାରେ ସଂକ୍ରମଣରେ ବୃଦ୍ଧି ହୋଇଛି। ରାଜଧାନୀରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୦୩ରେ ପହଞ୍ଚିଛି।

ସଙ୍ଗରୋଧରୁ ଏକ ଗଣମାଧ୍ୟମ ସଂସ୍ଥାର ୩୧ଜଣ ଓ ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ବ୍ୟାଙ୍କ ଶାଖାରୁ ୧୮ଜଣ ସଂକ୍ରମିତ ହୋଇଛନ୍ତି। ଏହାବାଦ୍ ସାଲିଆସାହି, ବାଲିଆପଟା ଓ ବେହେରା ସାହି ବାଦ୍ ଏମ୍‌ସ ସମେତ ୩ଟି ଘରୋଇ ହସ୍ପିଟାଲରୁ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଲୋକାଲ କଣ୍ଟାକ୍‌ସରେ ଶବର ସାହି, କାରଗିଲ ବସ୍ତି, ତୁଳସୀ, ଜୟଦୁର୍ଗା ବସ୍ତି ଅଞ୍ଚଳ ବାଦ୍ ବଡ଼ଗଡ଼, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, ଆଇଆରସି, ନୂଆପଲ୍ଲୀ, ଜୟଦେବ ବିହାର ଅଞ୍ଚଳରୁ ବହୁ ସଂଖ୍ୟାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଗତ ୩ଦିନରେ ଭୁବନେଶ୍ବରରୁ ୯୮୭ଜଣ ଲୋକାଲ କଣ୍ଟାକ୍‌ସଙ୍କୁ ଚିହ୍ନଟ କରାଯାଇଛି। ଗତ ମାସ ଶେଷ ଆଡ଼କୁ ଓ ଏ ପର୍ଯ୍ୟନ୍ତ ଲୋକାଲ କଣ୍ଟାକ୍‌ସ ସଂଖ୍ୟାରେ ବୃଦ୍ଧି ‌ଦେଖିବାକୁ ମିଳୁଛି।

No comments