Page Nav

HIDE

Grid

GRID_STYLE

Classic Header

Breaking News:

latest

ଏବେ ଗାଡି ଉପରୁ କମିବ ଜିଏସଟି। କେନ୍ଦ୍ର ଭାରି ଶିଳ୍ପ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ ଗାଡ଼ି ଉପରୁ ଜିଏସ୍‌ଟି ୧୦ ପ୍ରତିଶତ ହ୍ରାସ କରିବା ...

ଏବେ ଗାଡି ଉପରୁ କମିବ ଜିଏସଟି।



କେନ୍ଦ୍ର ଭାରି ଶିଳ୍ପ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ ଗାଡ଼ି ଉପରୁ ଜିଏସ୍‌ଟି ୧୦ ପ୍ରତିଶତ ହ୍ରାସ କରିବା ନେଇ ବିଚାରବିମର୍ଶ ଜାରି ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଏନେଇ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ନିଷ୍ପତ୍ତି ଘୋଷଣା କରାଯିବ ବୋଲି ସେ କହିଛନ୍ତି। 

ଗାଡ଼ି ସ୍କ୍ରାପ୍ ନୀତି ଉପରେ ସେ କହିଛନ୍ତି ଯେ ସବୁ ଅଂଶୀଦାରଙ୍କ ଠାରୁ ମତାମତ ମିଳିସାରିଛି। ଖୁବ୍‌ଶୀଘ୍ର ଏହି ନୀତି ଘୋଷଣା ହେବ। କରୋନା ମହାମାରୀ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ଗାଡ଼ି ବଜାରକୁ ଗୁରୁତର ଭାବେ ପ୍ରଭାବିତ କରିଛି।

ଟ୍ରାକ୍ଟରକୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ଗାଡ଼ିର ବିକ୍ରି କମ୍ ହୋଇଛି। କାର୍‌ ବଜାରରେ ଦୀର୍ଘ ଦୁଇ ବର୍ଷ ହେଲାଣି ମାନ୍ଦାବସ୍ଥା ରହିଛି।

No comments