Page Nav

HIDE

Grid

GRID_STYLE

Classic Header

Breaking News:

latest

ଷ୍ଟାଡିୟମ ବାହାରକୁ ଛକା ମାରିଲେ ରୋହିତ୍‌- ଚଳନ୍ତା ବସ୍‌ରେ ବାଜିଲା

ଷ୍ଟାଡିୟମ ବାହାରକୁ ଛକା ମାରିଲେ ରୋହିତ୍‌- ଚଳନ୍ତା ବସ୍‌ରେ ବାଜିଲା ଦୁବାଇ – ଆଗାମୀ ଆଇପିଏଲ୍‌ ପାଇଁ ପ୍ରତ୍ୟେକ ଦଳ ଜୋରଦାର ଅଭ୍ୟାସରେ ବ୍ୟସ୍ତ । ଡିଫେଣ୍ଡିଂ ଚାମ୍ପିଅ...

ଷ୍ଟାଡିୟମ ବାହାରକୁ ଛକା ମାରିଲେ ରୋହିତ୍‌- ଚଳନ୍ତା ବସ୍‌ରେ ବାଜିଲା
ଦୁବାଇ – ଆଗାମୀ ଆଇପିଏଲ୍‌ ପାଇଁ ପ୍ରତ୍ୟେକ ଦଳ ଜୋରଦାର ଅଭ୍ୟାସରେ ବ୍ୟସ୍ତ । ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଟାଇଟଲ ବଜାୟ ରଖିବା ପାଇଁ ପ୍ରସ୍ତୁତି ଚଳାଇଛି । ଦଳର ଅଧିନାୟକ ତଥା ଚର୍ଚ୍ଚିତ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ବ୍ୟାଟିଂ ଅଭ୍ୟାସକୁ ନେଇ ସମ୍ପ୍ରତି ଦର୍ଶକ ମହଲରେ ଉତ୍ସାହ ଲାଗି ରହିଛି ।

ଅଭ୍ୟାସ ସମୟରେ ରୋହିତଙ୍କ ଏକ ବିଶାଳ ଛକା ଷ୍ଟାଡିୟମ୍‌ ଅତିକ୍ରମ କରି ରାସ୍ତରେ ଯାଉଥିବା ବସ୍‌ ଛାତ ଉପରେ ପଡ଼ିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏହି ଭିଡ଼ିଓଟି ଅଫିସିଆଲ୍‌ ଟ୍ୱିଟର ପୃଷ୍ଠାରେ ଅପଲୋଡ କରାଯାଇଛି । ରୋହିତଙ୍କ ଏହି ବିଶାଳ ଛକାଟି ୯୫ ମିଟର ଦୂର ଅତିକ୍ରମ କରିବା ପରେ ବସ ଛାତ ଉପରେ ପଡ଼ିଥିଲା ।


No comments