Page Nav

HIDE

Grid

GRID_STYLE

Classic Header

Breaking News:

latest

ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୨୦ଜଣ ଓ ସ୍ଥାନୀୟ ଅଂଚଳରୁ ୨୨୯ଜଣ ଆକ୍ରାନ୍ତ ବୋଲି ଭୁବନେଶ...

ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।



ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୨୦ଜଣ ଓ ସ୍ଥାନୀୟ ଅଂଚଳରୁ ୨୨୯ଜଣ ଆକ୍ରାନ୍ତ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ଚକେଇଶିଆଣିରୁ ୧୨ଜଣ ୟୁନିଟ-୮ରୁ, ୫ଜଣ କୋଳଥିଆରୁ, ୭ଜଣ ମଞ୍ଚେଶ୍ବରରୁ ଓ ୭ଜଣ ନୟାପଲ୍ଲୀରୁ, ୫ଜଣ ପଟିଆରୁ, ୫ଜଣ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରରୁ ଆଜି ୩୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।
ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରୁ ୧୯ ହଜାର ୮୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୬ ହଜାର ୧୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏବେବି ୩ ହଜାର ୬୮୩ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ଓ ୭୬ ଜଣଙ୍କର ପ୍ରାଣହାନୀ ଘଟିଛି ।

No comments