Page Nav

HIDE

Grid

GRID_STYLE

Classic Header

Breaking News:

latest

ପରିବା ଦର ଏବେ ଆକାଶ ଛୁଆଁ। ପରିବା ଦର ବଢିଛି ୨ ଗୁଣ। ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନିପରିବା ଦର ଆକାଶଛୁଆଁ ହେବାରେ ଲାଗି ଥିବା ବେଳେ ଏ‌ପଟେ ରାଜ୍ୟ ଭିତରେ ଚାଷ ହ...

ପରିବା ଦର ଏବେ ଆକାଶ ଛୁଆଁ। ପରିବା ଦର ବଢିଛି ୨ ଗୁଣ।



ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନିପରିବା ଦର ଆକାଶଛୁଆଁ ହେବାରେ ଲାଗି ଥିବା ବେଳେ ଏ‌ପଟେ ରାଜ୍ୟ ଭିତରେ ଚାଷ ହେଉଥିବା ପନିପରିବା ଦର ଉପରେ ଭରସା ନାହିଁ। ବନ୍ୟା ଯୋଗୁଁ ରାଜ୍ୟ ଭିତରୁ ବିଭିନ୍ନ ଜିଲ୍ଲାରୁ ଏବେ ଠିକ୍ ଭାବେ ପରିବା ଆସୁ ନାହିଁ। କରୋନା ଯୋଗୁଁ ରୋଜଗାର ହ୍ରାସ ପାଇଥିବା ବେଳେ ଏଭଳି ସ୍ଥିତିରେ ଏବେ ଗ୍ରାହକ ମୁଣ୍ଡରେ ହାତ ଦେଲେଣି। ଏପ୍ରିଲ୍‌ ମାସରେ ଆଳୁ, ପିଆଜ, ଟମାଟୋ ଦର ଯାହା ଥିଲା ଏବେ ପାଖାପାଖି ଦୁଇ ଗୁଣରୁ ଅଧିକ ହେଲାଣି।

କିନ୍ତୁ ନୂଆ ଆଳୁ ବଜାରକୁ ଆସିବା ପର୍ଯ୍ୟନ୍ତ ଆଳୁ ଦର ଏପରି ବଢି କରି ରହିବ ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି। ସେହିପରି ପିଆଜ ଦର ମଧ୍ୟ ବଢିଛି। ଏବେ ପିଆଜ ଖୁଚୁରା ବଜାରରେ ତିନି କିଲୋକୁ ୯୦ରୁ ଶହେ ଟଙ୍କା ରହିଛି। ପନିପରିବା

ଭୁବନେଶ୍ବର ପ୍ରତିନିଧି ଜଣାଇଛନ୍ତି ଯେ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଆଳୁ କିଲୋ ଅତି ବେଶିରେ ୨୦ ଟଙ୍କା ଥିଲା ଓ ପିଆଜ ୧୫ ଟଙ୍କାରେ ମିଳୁଥିଲା। କିନ୍ତୁ ଏବେ ଆଳୁ ଓ ପିଆଜ ଉଭୟର ଦର ୩୫ ଟଙ୍କାରେ ପହଞ୍ଚିଯାଇଛି। ସେହିଭଳି ପରିବା ଦର ମଧ୍ୟ ବେଶ୍ ଶସ୍ତା ଥିଲା। ବାଇଗଣ କିଲୋ ୧୫/୨୦ ଟଙ୍କାରେ ମିଳୁଥିବାବେଳେ ଭେଣ୍ଡି, ଜହ୍ନି ଭଳି ପରିବା ଦର କିଲୋ ପିଛା ୨୦ ଟଙ୍କା ତଳକୁ ଥିଲା। ଏମିତିକି ବଜାରରେ ଦେଶୀ ପୋଟଳ ମଧ୍ୟ କିଲୋ ୩୦/୪୦ ଟଙ୍କାରେ ମିଳୁଥିଲା। ମାତ୍ର ଅଗଷ୍ଟ ଶେଷ ସପ୍ତାହରେ ପ୍ରବଳ ବର୍ଷା ଓ ସେପ୍ଟେମ୍ବର ମାସରେ ବନ୍ୟା ଉପକୂଳ ଓଡ଼ିଶାରେ ପରିବା ଚାଷକୁ ଖିନ୍‌ଭିନ୍‌ କଲା। ଫଳରେ ବିଲ ବାଡ଼ିରେ ପରିବା ଚାଷ ପଚିସଢ଼ି ନଷ୍ଟ ହୋଇଗଲା ଓ ଏଥିପାଇଁ ପରିବା ଦର ହଠାତ୍ ଆକାଶଛୁଆଁ ହେଲା।

No comments