୮୦ ଟି ସ୍ୱତନ୍ତ୍ର ଟ୍ରେନ ସେପ୍ଟେମ୍ବର ୧୨ ରୁ ଚାଲିବ। ସେପ୍ଟେମ୍ବର ୧୨ ତାରିଖରୁ ୮୦ଟି ନୂଆ ସ୍ବତନ୍ତ୍ର ଟ୍ରେନ୍ ଅର୍ଥାତ୍ ୪୦ ଯୋଡ଼ା ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଏଥି...
ସେପ୍ଟେମ୍ବର ୧୨ ତାରିଖରୁ ୮୦ଟି ନୂଆ ସ୍ବତନ୍ତ୍ର ଟ୍ରେନ୍ ଅର୍ଥାତ୍ ୪୦ ଯୋଡ଼ା ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଏଥିରେ ଯାତ୍ରା ଲାଗି ସେପ୍ଟେମ୍ବର ୧୦ ତାରିଖରୁ ରିଜର୍ଭେସନ୍ ଆରମ୍ଭ ହେବ। ପୂର୍ବରୁ ଚଳାଚଳ କରୁଥିବା ୨୩୦ଟି ସ୍ବତନ୍ତ୍ର ଟ୍ରେନ ସହ ଏହି ନୂଆ ଟ୍ରେନ୍ ଚାଲିବ ବୋଲି ଯାଦବ ସୂଚନା ଦେଇଛନ୍ତି।
ନିର୍ଦ୍ଦିଷ୍ଟ କୌଣସି ଟ୍ରେନ୍ ନିମନ୍ତେ ଯେଉଁଠାରେ ଚାହିଦା ଥିବା ଦେଖାଯିବ, ଯେଉଁଠି ଅଧିକ ୱେଟିଙ୍ଗ୍ ଲିଷ୍ଟ୍ ରହୁଥିବ ମୂଳ ଟ୍ରେନ୍ ସହ ଆମେ କ୍ଲୋନ୍ ଟ୍ରେନ୍ ଚଳାଇବୁ। ଫଳରେ ଯାତ୍ରୀମାନେ ଭଲରେ ଗମନାଗମନ କରିପାରିବେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରୀକ୍ଷା କିଂବା ସେଭଳି କୌଣସି ଉଦ୍ଦେଶ୍ୟରେ ରାଜ୍ୟମାନେ ଯେତେବେଳେ ଆବଶ୍ୟକ କରିବେ ସେତେବେଳେ ରେଳବାଇ ଟ୍ରେନ୍ ଚଳାଇବ।


No comments