ଭୁବନେଶ୍ୱର ରେ ଦିନ କରେ ୨୫୩ ପଜେଟିଭି ୨୯୯ ସୁସ୍ଥ ଦିନକରେ ୪ ମୃତ୍ୟୁ। ଭୁବନେଶ୍ବରରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି। ଗତ ୧୫ ଦିନରେ ରାଜଧାନୀରେ ୩୧ଜଣ ...
ଭୁବନେଶ୍ବରରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି। ଗତ ୧୫ ଦିନରେ ରାଜଧାନୀରେ ୩୧ଜଣ ସରକାରୀ ଭାବେ ପ୍ରାଣ ହରାଇ ସାରିଲେଣି। ଯେହେତୁ କରୋନାରେ ପ୍ରାଣ ହରାଉଥିବା ରୋଗୀଙ୍କ ସରକାରଙ୍କ ପକ୍ଷରୁ ଡେଥ୍ ଅଡିଟ୍ କରାଯାଉଛି, ତେଣୁ ଏସବୁ ମୃତ୍ୟୁ କିଛିଦିନ ତଳର ବୋଲି ଆଶଙ୍କା କରାଯାଉଛି।
ଖୋର୍ଧା ଜିଲ୍ଲାର ୬୨ ପ୍ରତିଶତ ରୋଗୀ ଓ ରାଜ୍ୟର ସମୁଦାୟ ସଂକ୍ରମଣ ୧୦ ପ୍ରତିଶତ ରୋଗୀ କେବଳ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଛନ୍ତି। ୨୫୩ ଆକ୍ରାନ୍ତଙ୍କ ମଧ୍ୟରୁ ୭୩ଜଣ ସଙ୍ଗରୋଧରୁ ଓ ୧୮୦ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ଥାନୀୟ ସଂକ୍ରମିତରେ ଲକ୍ଷ୍ମୀସାଗରରେ ସର୍ବାଧିକ ୧୩ଜଣ ଚିହ୍ନଟ ହୋଇଛନ୍ତି।, ପଟିଆ, ସହିଦ ନଗର, ନୀଳାଦ୍ରିବିହାର, ପଳାଶୁଣୀ, ପୋଖରୀପୁଟ, ପାତ୍ରପଡ଼ା, ଆଇଆରସି ଭିଲେଜ, ଜଗମୋହନ ନଗର, ଖଣ୍ଡଗିରି, ରଘୁନାଥପୁର, ରଙ୍ଗମାଟିଆ ଓ ଅନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ବାହାରିଛନ୍ତି। ସଙ୍ଗରୋଧରୁ ୟୁନିଟ୍-୯, କଳିଙ୍ଗ ନଗର, ଜାଗମରା, ଗୌତମ ନଗର, ଗଜପତି ନଗର, ଗାଡ଼କଣ ଓ ଅନ୍ୟ ଅଞ୍ଚଳରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଗତ ୨୪ ଘଣ୍ଟାରେ ୨୯୯ଜଣ ସୁସ୍ଥ ହୋଇଛନ୍ତି।


No comments