ରାଜ୍ୟ ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି ୧୯ ରେ ଆଉ ଏକ ଲଘୁଚାପ। ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବି...
ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଜାରି ରହିବ। ଏହାପରେ ପାଗ ଶୁଖିଲା ରହିବ। ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଥିବାରୁ ରାଜ୍ୟରେ ୧୮ ତାରିଖରୁ ପୁଣି ବର୍ଷା ଆରମ୍ଭ ହୋଇଯିବ।
କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ବାସ କହିଛନ୍ତି ଯେ ରାଜ୍ୟରେ ଏବେ ମୌସୁମୀ ବାୟୁ ସକ୍ରିୟ ହୋଇଥିବାରୁ ଆଜି ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ମଧ୍ୟ ହୋଇଯାଇଛି।


No comments