ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମ ଦିନ ହେଲେ ମୁଖ୍ୟମନ୍ତ୍ରୀ ଜନ୍ମ ଦିନ ପାଳିବେନି। ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ...
ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ ବୋଲି ନବୀନ କହିଛନ୍ତି। ଗତ ୮ ମାସ ହେଲା କରୋନା ପାଇଁ ସମେସ୍ତ କଠୋର ସମୟ ଦେଇ ଗତି କରୁଛନ୍ତି। ତେଣୁ ଆସନ୍ତାକାଲି ଶୁକ୍ରବାର ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା, ରକ୍ତଦାନ କରିବା ଓ ପ୍ଲାଜ୍ମା ଦାନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
୨୦୦୦ ମସିହାରେ ଓଡ଼ିଶାର ଶାସନ ଡୋରି ଧରିଲା ପରେ ୨୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବିକଳ୍ପବିହୀନ ନେତାର ମାନ୍ୟତା ପାଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜନୀତିର ଅ, ଆ ଶିଖି ନ ଥିବା ନବୀନ ରାଜନୀତିରେ ପାଦ ରଖିଥିଲେ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ। ଆଉ ଦୁଇ ଦଶନ୍ଧି ପରେ ଏବେ ସେ ଜଣେ ପୋଖତ ରାଜନୀତିଜ୍ଞ। ରାଜନୀତିରେ ପ୍ରବେଶ ପର ଠାରୁ କ୍ଷମତାରେ ରହି ଆସିଛନ୍ତି ।
ଉଲ୍ଲେଖଥାଉକି, ଜନ୍ମଦିନ ପାଳିବେ ନାହିଁ ବୋଲି ନବୀନ ଆଜି ଘୋଷଣା କରିଥିଲେ ବି ସୋସିଆଲ୍ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଜ୍ୟ ଭିତରର ତଥା ବାହାରର ଅସଂଖ୍ୟ ଶୁଭେଚ୍ଛୁ, ସମର୍ଥକ, ପ୍ରଶଂସକ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।


No comments