ଖଣି, ନିର୍ମାଣ, କୃଷି ଓ ରେଳବାଇରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ପରିବର୍ତ୍ତନଶୀଳ ମହଙ୍ଗାଭତ୍ତାକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ବି...
ବିଜ୍ଞପ୍ତି ଅନୁଯାୟୀ, ବିଭିନ୍ନ ଖଣି ଖାଦାନରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ମହଙ୍ଗାଭତ୍ତା ବୃଦ୍ଧି କରାଯାଇଛି। ଭୂମି ଉପରେ କାମ କରୁଥିବା ଅଣକୁଶଳୀ ଶ୍ରମିକମାନେ ଏଣିକି ଜଣକ ପିଛା ମୂଳ ମଜୁରି ବାବଦରେ ୩୫୦ ଟଙ୍କା ସହିତ ମହଙ୍ଗାଭତ୍ତା ବାବଦରେ ୭୭ ଟଙ୍କା ମିଶି ୪୨୭ ଟଙ୍କା ପାଇବେ। ସେହିପରି ଅର୍ଦ୍ଧକୁଶଳୀ, କୁଶଳୀ କିମ୍ବା କିରାଣୀ ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ପାଇଁ ଯଥାକ୍ରମେ ୯୭, ୧୧୬ ଓ ୧୩୫ ଟଙ୍କା ମହଙ୍ଗା ଭତ୍ତା ବାବଦରେ ବୃଦ୍ଧି କରାଯାଇଛି।
ରାସ୍ତା ନିର୍ମାଣ, ବିମାନ ରନ୍ ଓ୍ବେ ଓ କୋଠାବାଡ଼ି ନିର୍ମାଣ, ଭୂତଳ ବିଦ୍ୟୁତ ତାର ବିଛାଇବା, ଟେଲିଫୋନ୍, ରେଡିଓ, ଟେଲିଭିଜନ, ସ୍ବେରେଜ୍ ପାଇପ୍, ଜଳ ଯୋଗାଣ ପରି କେନ୍ଦ୍ର ସରକାରଙ୍କ ସଂସ୍ଥା ଅଧୀନରେ କାମ କରୁଥିବା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀ ଶ୍ରମିକଙ୍କୁ ଜଣକ ପିଛା ୫୩୪, ୬୦୩, ୭୦୭ ଓ ୭୭୭ ଟଙ୍କା ମଜୁରି ପ୍ରଦାନ କରାଯିବ। ବାକି ଅନ୍ୟ ସହରାଞ୍ଚଳରେ ଏସବୁ ବର୍ଗର ଶ୍ରମିକମାନଙ୍କୁ ଯଥାକ୍ରମେ ୪୨୭, ୫୦୦, ୬୦୩ ଓ ୭୦୭ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କୃଷି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ମହଙ୍ଗାଭତ୍ତା ବୃଦ୍ଧି କରାଯାଇଛି।


No comments