Page Nav

HIDE

Grid

GRID_STYLE

Classic Header

Breaking News:

latest

କ୍ୟାପିଟାଲ୍‌ ହସ୍ପିଟାଲରେ କୋଭିଡ୍‌ ଆଇସିୟୁ ପାଇଁ ଜରୁରୀ ଅକ୍ସିଜେନ ରୁମ୍ ନିର୍ମାଣ ନେଇ ଅନିଶ୍ଚିତତା ଦେଖା ଦେଇଛି। ହସ୍ପିଟାଲ କର୍ତୃପକ୍ଷଙ୍କ ପକ୍ଷରୁ ଯେଉଁ ସ୍ଥାନରେ...

କ୍ୟାପିଟାଲ୍‌ ହସ୍ପିଟାଲରେ କୋଭିଡ୍‌ ଆଇସିୟୁ ପାଇଁ ଜରୁରୀ ଅକ୍ସିଜେନ ରୁମ୍ ନିର୍ମାଣ ନେଇ ଅନିଶ୍ଚିତତା ଦେଖା ଦେଇଛି।



ହସ୍ପିଟାଲ କର୍ତୃପକ୍ଷଙ୍କ ପକ୍ଷରୁ ଯେଉଁ ସ୍ଥାନରେ ଏହାର ନିର୍ମାଣ ନେଇ ଯୋଜନା କରାଯାଇଛି, ସେହି ବିବଦାୟୀ ସ୍ଥାନ ଏବେ ପୁନର୍ବାର ଚର୍ଚାକୁ ଆସିଛି। ଫଳରେ କୋଭିଡ୍‌ ଆଇସିୟୁ ତୁରନ୍ତ କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ତୁରନ୍ତ ବିବାଦର ସମାଧାନ କରିବା ଲାଗି ଯୋଜନା କରାଯାଉଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଆଇସିୟୁ ପାଇଁ ଅକ୍ସିଜେନ୍ ରୁମ୍‌ର ଆବଶ୍ୟକତା ରହିଛି। ଏ ଦୃଷ୍ଟିରୁ ନିକଟରେ ଥିବା ଏକ ଜାଗାରେ ଏହି ପ୍ଲାଣ୍ଟ ନିର୍ମାଣ ଲାଗି ଯୋଜନା ହୋଇଥିଲା। ମାତ୍ର ସେହି ଜାଗା ବିବାଦ ଯୋଗୁଁ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ଅପରପକ୍ଷରେ ଆଇସିୟୁ ନିର୍ମାଣ କାର୍ଯ୍ୟ ଏକପ୍ରକାର ଶେଷ ହେବା ଉପରେ। ଖୁବ୍‌ଶୀଘ୍ର ଏହି କାର୍ଯ୍ୟ ଶେଷ ହେବ ବୋଲି ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବରିଷ୍ଠ ଅଧିକାରୀଙ୍କ ମୁତାବକ, ଜାଗା ବିବାଦର ସମାଧାନ ଲାଗି ଉଦ୍ୟମ ଆରମ୍ଭ ହୋଇଛି।

No comments