ଭୁବନେଶ୍ୱର ରେ ଗୋଟେ ଦିନ ରେ ୨୪୩ ପଜେଟିଭି । ୧୧ତାରିଖ ପରଠାରୁ ରାଜଧାନୀରେ ଦୈନିକ ସଂକ୍ରମଣ ୩ଶହ ସଂଖ୍ୟା ତଳେ ରହିଛି। ଏହା ସତ୍ତ୍ବେ ସଂକ୍ରମଣ ୨୭ହଜାର ଆଡ଼କୁ ମୁହାଁଇ...
୧୧ତାରିଖ ପରଠାରୁ ରାଜଧାନୀରେ ଦୈନିକ ସଂକ୍ରମଣ ୩ଶହ ସଂଖ୍ୟା ତଳେ ରହିଛି। ଏହା ସତ୍ତ୍ବେ ସଂକ୍ରମଣ ୨୭ହଜାର ଆଡ଼କୁ ମୁହାଁଇଛି। ଗତ ୨୪ ଘଣ୍ଟାରେ ୨୪୩ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୨୬,୭୭୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ସଂକ୍ରମଣ ଖସିବା ସତ୍ତ୍ବେ କରୋନା ମୃତ୍ୟୁ କମୁନାହିଁ। ଆଜି ୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ମୃତକ ଦୁଇ ଜଣ ପୁରୁଷ ଥିବା ବେଳେ ସେମାନଙ୍କ ବୟସ ୬୦ ଓ ୬୫ବର୍ଷ ରହିଛି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୨୯କୁ ବୃଦ୍ଧି ପାଇଛି।


No comments