କୋଭିଡ୍-୧୯ ମହାମାରୀ ସମୟରେ ଓଡିଶା ପାଇଁ କେନ୍ଦ୍ର ସରକାର ୨୨ ହଜାର ୨୬୭ କୋଟି ଟଙ୍କାର ପ୍ୟାକେଜ ପ୍ରଦାନ କରିଛନ୍ତି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମିଳ...
ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ଏ ନେଇ ବିସ୍ତୃତ ସୂଚନା ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୋଭିଡ୍-୧୯ ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ପ୍ୟାକେଜରେ ଓଡିଶା ପାଇଁ ମୋଟ ୧୮ ହଜାର ୮୫୮ କୋଟିର ଆର୍ଥିକ ସହାୟତା ସହିତ ଚାଉଳ, ଡାଲି ଓ ଏଲପିଜି ସିଲିଣ୍ଡର ବାବଦକୁ ସହାୟତା ଯୋଗାଇ ଦିଆଯାଇଛି।
କେବଳ ସେତିକି ନୁହେଁ, ଜନଧନ ଯୋଜନା ଅନ୍ତର୍ଗତ ଓଡିଶା ପାଇଁ ମୋଟ ୧୨୫୮.୦୨ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଯାହାଦ୍ବାରା ଓଡିଶାର ୮୫.୨୦ ଲକ୍ଷ ହିତାଧିକାରୀ ଏହାର ଲାଭ ପାଇଛନ୍ତି। ସେ କହିଥିଲେ, ଜାତୀୟ ସାମାଜିକ ସୁରକ୍ଷା ଭତ୍ତା ଅନ୍ତର୍ଗତ ରାଜ୍ୟର ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି।
କୋଭିଡ-୧୯ ପରିଚାଳନା ପାଇଁ ଓଡିଶା ସରକାରଙ୍କୁ ଡିଏମଏଫ ପାଣ୍ଠିରୁ ୬୪.୫ କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯିବା ସହିତ, ଓଡିଶାର ନନ୍ ମିଲିୟନ ପ୍ଲସ ସିଟିକୁ ଅନୁଦାନ ଅମ୍ଫାନ ବାତ୍ୟା ପାଇଁ ସହାୟତା, ଜଳ ଜୀବନ ମିସନ ଅନ୍ତର୍ଗତ ଆର୍ଥିକ ଆବଣ୍ଟନ ମନରେଗା ଓ ପିଏମ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୪.୫୧ ଲକ୍ଷ ଜବକାର୍ଡ ଓ ଓଡିଶାରେ ୭୪.୪୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି।


No comments