ନିର୍ମଳା ଙ୍କ (୨୦୨୦-୨୦୨୧)ତୃତୀୟ ବଜେଟ ୧୬ ରୁ ଆରମ୍ଭ ହେବ। ଚଳିତ ମାସ ୧୬ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ପ୍ରାକ୍-ବଜେଟ୍ ଆଲୋଚନା ବୈଠକ ଆୟୋଜନ କରାଯିବ। ବିଭିନ୍ନ...
ଚଳିତ ମାସ ୧୬ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ପ୍ରାକ୍-ବଜେଟ୍ ଆଲୋଚନା ବୈଠକ ଆୟୋଜନ କରାଯିବ। ବିଭିନ୍ନ ଅଂଶୀଦାରମାନଙ୍କ ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ଆଲୋଚନା କରି ବଜେଟ୍ରୁ ସେମାନେ କ’ଣ ଆଶା କରୁଛନ୍ତି ତାହା ଜାଣିବାକୁ ପ୍ରୟାସ କରିବେ। ପ୍ରାକ୍-ବଜେଟ୍ ଆଲୋଚନା ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।
ଏହା ପରେ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ନିଜ ଖର୍ଚ୍ଚ ଆବଶ୍ୟକତା ବିଷୟରେ ସରକାରଙ୍କୁ ଜଣାଇବେ। କେଉଁ ସ୍କିମ୍ ପାଇଁ କେତେ ଟଙ୍କା ଦରକାର ସେ ସମ୍ପର୍କିତ ଦାବି ଉପସ୍ଥାପନ କରିବେ। ବିଭିନ୍ନ ସ୍କିମ୍ର ଅଟକଳ ୨୦୨୧ ଜାନୁଆରି ୧୬ ସୁଦ୍ଧା ଚୂଡ଼ାନ୍ତ ହେବ। ପଞ୍ଚଦଶ ଅର୍ଥ ଆୟୋଗ ଯେଉଁ ସୁପାରିସ କରିଛନ୍ତି ସେହି ଆଧାରରେ କେନ୍ଦ୍ର ସରକାରଙ୍କ ବଜେଟ୍ ବ୍ୟୟ, ରାଜସ୍ବ ନିଅଣ୍ଟ୍ ଓ ଅନୁଦାନ ଆଦି ଧାର୍ଯ୍ୟ କରାଯିବ।
କରୋନା ମହାମାରୀ ପରବର୍ତୀ ସମୟର ପ୍ରଥମ ବଜେଟ୍ ଭାବେ ଏହା ସ୍ବତନ୍ତ୍ର ହେବ ବୋଲି ଆଶା କରାଯାଉଛି। ଉପା ସରକାରଙ୍କ ଅମଳରେ ଫେବ୍ରୁଆରି ମାସର ଶେଷ ଦିବସରେ ପୂର୍ବାହ୍ନରେ ବଜେଟ୍ ଉପସ୍ଥାପନ କରାଯାଉଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଅମଳରେ ଫେବ୍ରୁଆରି ୧ରେ ବଜେଟ୍ ଉପସ୍ଥାପନ କରାଯାଉଛି। ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ବଜେଟ୍ ପ୍ରସ୍ତାବଗୁଡ଼ିକୁ ଲାଗୁ କରାଯାଉଛି। ଯଦିଓ ବଜେଟ୍ କିଛି ଘଣ୍ଟା ଭିତରେ ସଂସଦରେ ଉପସ୍ଥାପନ କରାଯାଏ, କିନ୍ତୁ ଏହାକୁ ପ୍ରସ୍ତୁତ କରିବାକୁ ମାସ ମାସ ସମୟ ଲାଗିଥାଏ।


No comments